ଦେଶ

କରୋନା ସୂଚନା ନାଁରେ ଲୋକଙ୍କ କ୍ରେଡିଟ କାର୍ଡ ତଥ୍ୟ ନେଉଛି ସାଇବର ଭାଇରସ

ନୂଆଦିଲ୍ଲୀ: କରୋନା ଭାଇରସ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ସାଇବର ଭାଇରସ ଆତଙ୍କ ସୃଷ୍ଟି କରିଛି। କୋଭିଡ-୧୯ ସୂଚନା ଆଳରେ Cerberus ନାମକ ଏକ ସଫ୍ଟୱେର ଜରିଆରେ ଲୋକଙ୍କ କ୍ରେଡିଟ କାର୍ଡ ତଥ୍ୟ ଲୁଟ କରାଯାଉଛି। ଏ ସମ୍ପର୍କରେ ସିବିଆଇ ଇଣ୍ଟରପୁଲଠାରୁ ସୂଚନା ପାଇବା ପରେ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଏଜେନ୍ସିମାନଙ୍କୁ ସତର୍କ ରହିବାକୁ କହିଛି।

ଆହୁରି ପଢ଼ନ୍ତୁ

ଏହି ସଫ୍ଟୱେର ଜରିଆରେ ପ୍ରଥମେ ଲୋକଙ୍କୁ କୋଡିଡ-୧୯ ତଥ୍ୟକୁ ଅପଡେଟ ଜାଣିବା ପାଇଁ କୁହାଯାଉଛି। ଏହାପରେ ସେମାନଙ୍କ କ୍ରେଡିଟ କାର୍ଡ ତଥ୍ୟକୁ ହାଇଜ୍ୟାକ କରାଯାଉଛି। ଟୋରଜାନ ଭାଇରସ ପ୍ରଥମେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଟେକ୍ସଟ ମେସେଜ କରୁଛି। ଏଥିରେ ଏକ ଲିଙ୍କ ଦିଆଯାଉଛି।

ଏହାକୁ କ୍ଲିକ କଲେ କରୋନା ଅପଡେଟ ମିଳିବ ବୋଲି ଉଲ୍ଲେଖ ରହୁଛି। ଯଦି କେହି ଏହି ଲିଙ୍କକୁ କ୍ଲିକ କରୁଛି, ତେବେ ତାଙ୍କ ଫୋନରେ ଏକ ମାଲିସିୟସ ବା ଦୁଷ୍ଟ ସଫ୍ଟୱେର ଇନଷ୍ଟଲ ହୋଇଯିବ। ଏହାପରେ ଫୋନରେ ଥିବା ଆର୍ଥିକ ଓ ବ୍ୟାଙ୍କ ସମ୍ବଳିତ ତଥ୍ୟକୁ ଏହା ହାଇଜ୍ୟାକ କରିନେବ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ଦୁର୍ବୃତ୍ତମାନେ ବ୍ୟାଙ୍କ କାରବାର କରିଥାନ୍ତି। ବିଶେଷ କରି କ୍ରେଡିଟ କାର୍ଡ ତଥ୍ୟକୁ ଲୁଟ କରାଯାଉଛି। ଏ ସମ୍ପର୍କରେ ସିବିଆଇ ସମସ୍ତଙ୍କୁ ସତର୍କ ରହିବାକୁ କହିଛି।

[ad_2]
Show More
Back to top button