କରୋନା: ସାମ୍ବାଦିକଙ୍କୁ ସହାୟତା ନେଇ ଚର୍ଚ୍ଚା


ଭୁବନେଶ୍ୱର(ସତ୍ୟଶିଖା): କରୋନାର ସଂକ୍ରମଣକୁ ରୋକିବା ଓ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଆଜି କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ସରକାରଙ୍କ ଏହି ପ୍ୟାକେଜକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କରୋନା ମୁକାବିଲା ପାଇଁ ସାମ୍ବାଦିକଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ପରେ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ଦ୍ୱାରା ଜାରି ୩୭ ସେକେଣ୍ଡର ଭିଡିଓ ବାର୍ତ୍ତା ଜାରି ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଅପରାହ୍ନରେ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଘୋଷଣା ସମ୍ପର୍କରେ ସୂଚନା ଦିଆଯାଇଛି। କରୋନା ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରୁଥିବାରୁ ସେମାନେ ଯଦି କରୋନା ଆକ୍ରାନ୍ତରେ ପ୍ରାଣ ହରାନ୍ତି ତା’ହେଲେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ।
CM @Naveen_Odisha has announced ₹ 15 lakh compassionate assistance to families of working journalists who may lose life to #COVID19 infection. CM said journalists are dedicatedly working to raise awareness about the pandemic during this difficult times. #OdishaCares
— CMO Odisha (@CMO_Odisha) April 27, 2020
ଆହୁରି ପଢ଼ନ୍ତୁ
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ୩୭ ସେକେଣ୍ଡର ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୧୫ଲକ୍ଷ ଟଙ୍କାର ବୀମାରାଶି ଘୋଷଣା କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସାମ୍ବାଦିକମାନଙ୍କୁ ସହାୟକ ହେବ ବୋଲି କହିଛନ୍ତି।
Hon’ble Chief Minister Shri Naveen Patnaik has announced ₹15 lakh compassionate assistance to families of working journalists who may lose their life to #COVID19 infection.#Odishacares#OdishaFightsCorona#IndiaFightsCorona@CMO_Odisha@Naveen_Odisha@IPR_Odisha pic.twitter.com/EiQdsApUoT
— Manas Mangaraj (@ManasMangaraj6) April 27, 2020
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇ ସାମ୍ବାଦିକମାନଙ୍କ ପାଇଁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି। ତେଣୁ ପ୍ରଶ୍ନ ଉଠୁଛି, କରୋନା ବିପତ୍ତି ସମୟରେ ନିଜର ଦାୟିତ୍ୱ ନିର୍ବାହ କରୁଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା କହୁଥିବାବେଳେ ଗଣମାଧ୍ୟମ ଉପଦେଷ୍ଟା ଶ୍ରୀ ମଙ୍ଗରାଜ ଏହାକୁ ୧୫ଲକ୍ଷ ଟଙ୍କାର ବୀମାରାଶି କଥା କିଭଳି କହୁଛନ୍ତି। ବୀମା ଓ ଅନୁକମ୍ପାମୂଳକ ସହାୟତା ମଧ୍ୟରେ କିଛି ପ୍ରଭେଦ ନାହିଁ କି? ଯଦି ସାମ୍ବାଦିକମାନେ ବୀମାଭୁକ୍ତ ହେବେ, ସେମାନଙ୍କର ପ୍ରିମିୟମ ରାଶି କିଏ ବହନ କରିବ ଓ କେଉଁ ବୀମାକମ୍ପାନୀ ଦ୍ୱାରା ବୀମାଭୁକ୍ତ ହେବେ ତାହା କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସରକାର ସୂଚିତ କରିବାର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ ‘କରୋନା’ ଏକ ମହାବିପତ୍ତି ହୋଇଥିବାରୁ ସରକାରଙ୍କ ପଦକ୍ଷେପକୁ ଦଳମତ ନିର୍ବିଶେଷରେ ସବୁ ବର୍ଗରୁ ସମର୍ଥନ ଦିଆଯାଉଛି ଓ ସରକାରଙ୍କ କୌଣସି ପଦକ୍ଷେପର ଯେଭଳି ରାଜନୀତିକକରଣ ନହେବ ତଥା କେହି ଏହାକୁ ନିଜସ୍ୱ ଫାଇଦା ପାଇଁ ଉପଯୋଗ ନକରିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି।
[ad_2]