ରାଜ୍ୟ

‘କରୋନା’ ସମ୍ପର୍କରେ ଗୁଜବ ପ୍ରଚାର କରି ବନ୍ଧା ହେଲେ ଶିକ୍ଷକ

ରାୟଗଡ଼ା(ମନୋଜ ପାତ୍ର): ‘କରୋନା’ ସମ୍ପର୍କରେ ସୋଶାଲ୍‌ ମିଡ଼ିଆରେ ଗୁଜବ ପ୍ରଚାର କରି ରାୟଗଡ଼ାରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଗିରଫ ଶିକ୍ଷକ ହେଉଛନ୍ତି ଭିନାପାଲି ଶ୍ରୀନିବାସ ରାଓ। ତାଙ୍କ ଘର ଶେଷଖଲ ଥାନା ଅନ୍ତର୍ଗତ ପାତାମହଲ ଅଞ୍ଚଳରେ।

ଆହୁରି ପଢ଼ନ୍ତୁ

ଅଭିଯୋଗ ଅନୁସାରେ ଜେକେପୁର ଅଞ୍ଚଳରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ମିଥ୍ୟା ଗୁଜବ ସୋଶାଲ ମିଡ଼ିଆରେ ପ୍ରଚାର କରିଥିଲେ ଶ୍ରୀନିବାସ ରାଓ। ଏହି ଅଭିଯୋଗ ଆଧାରରେ ରାୟଗଡ଼ା ପୁଲିସ ସମ୍ପୃକ୍ତ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହା ପୂର୍ବରୁ ଗତ ୧୩ ତାରିଖରେ ଏଭଳି ‘କରୋନା’ ସମ୍ପର୍କରେ ଗୁଜବ ପ୍ରଚାର କରି ଅମ୍ବାଦଳାର ସତ୍ୟନାରାୟଣ ସାମଲ ନାମକ ଜଣେ ଯୁବକ ଗିରଫ ହୋଇଥିଲେ।

[ad_2]
Show More
Back to top button