

ସତ୍ୟଶିଖା ୦୯/୦୨/୨୦୨୧ : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଶେରଗଡ ଟୋଲ ଗେଟ୍ ନିକଟରୁ ଏକ କାର ସହିତ ୧ କୁଇଣ୍ଟାଲ ୧୪ କିଲୋ ଶହେ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହାସହ ୪ ଜଣଙ୍କୁ ଗିରଫ କରିଛି ଖନ୍ତାପଡା ପୋଲିସ । ସୂଚନାଯୋଗ୍ୟ ଯେ, ଗଞ୍ଜେଇ ଭର୍ତ୍ତି କରି ଏକ କାର କୋରାପୁଟରୁ ମୁର୍ସିଦାବାଦ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା ଖନ୍ତାପଡା ପୋଲିସ । ଖବର ପାଇବା ପରେ ଶେରଗଡ ନିକଟରେ ଗାଡିଟିକୁ ଯାଞ୍ଚ କରିଥିଲା ପୋଲିସ । ଗାଡିରେ ଥିବା ୧ କୁଇଣ୍ଟାଲ ୧୪ କିଲୋ ଶହେ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମୁର୍ସିଦାବାଦର ଇନ୍ଦ୍ରଜିତ ମଣ୍ଡଳ, ବିଜୟ ମଣ୍ଡଳ, କୋରାପୁଟର ସୁମିତ ନାଗ ଓ ବାବୁଲା ଖୋସାଲା । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।