କରୋନା ଲଢ଼େଇ ଭିତରେ ଅନୁପ୍ରବେଶ ଅପେକ୍ଷାରେ ୨୩୦ ଆତଙ୍କୀ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଛି। ଏସବୁ ଭିତରେ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଗୁଡ଼ିକ ଭାରତରେ ଅନୁପ୍ରବେଶ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଜମ୍ମୁ-କଶ୍ମୀର ସୀମାରେ ଏହି ଆତଙ୍କୀ ସଂଗଠନ ଗୁଡ଼ିକ ପକ୍ଷରୁ ଲଞ୍ଚ ପ୍ୟାଡ୍‌ଗୁଡ଼ିକୁ ଆକ୍ଟିଭେଟ କରାଯାଇଛି।

ଏଥିସହ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ପ୍ରାୟ ୨୩୦ ଜଣ ଆତଙ୍କବାଦୀ ସୁଯୋଗ ଅପେକ୍ଷାରେ ରହିଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ ଦିଲବାଗ ସିଂହ କହିଛନ୍ତି। ରବିବାର ୫ ଜଣ ଆତଙ୍କବାଦୀ ଭାରତରେ ପ୍ରବେଶ କରିଥିଲେ। ଏମାନଙ୍କ ସହ ଲଢ଼େଇ କରି ଭାରତୀୟ ଯବାନମାନେ ସେମାନଙ୍କର ସବୁ ଉଦ୍ୟମକୁ ଭଣ୍ଡୁର କରିଦେଇଥିଲେ।

ଆହୁରି ପଢ଼ନ୍ତୁ

ଏହି ଆତଙ୍କବାଦୀମାନେ ସୀମାରେ ସଚଳ ହୋଇଥିବା ଲଞ୍ଚ ପ୍ୟାଡରୁ ହମଲା ପାଇଁ ଭାରତକୁ ଆସିଥିଲେ। ସୂତ୍ର ଅନୁସାରେ ଏଲଓସି ଦେଇ ଲସ୍କର, ଜୈଶ ଓ ହିଜବୁଲର ପ୍ରାୟ ୧୬୦ ଜଣ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି।

ସେହିପରି ଜମ୍ମୁ ସେକ୍ଟରର ଅନ୍ତର୍ଜାତୀୟ ସୀମା ଦେଇ ୭୦ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚାହୁଁଛନ୍ତି। ପିଓକେରେ ଥିବା ସାମାନି-ଭୀମ୍ବର ଓ ଡୁଡନିଆଲ ଲଞ୍ଚ ପ୍ୟାଡରେ ଜୈଶର ଆତଙ୍କବାଦୀମାନେ ରହିଛନ୍ତି।

ଲସ୍କର ଲୀପା ଓ କେଲ ସ୍ଥିତ ଲଞ୍ଚ ପ୍ୟାଡ୍‌ରେ ତା’ର ଆତଙ୍କୀମାନଙ୍କୁ ରଖିଛି। ଏହି ଖବର ମିଳିବା ପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।

[ad_2]
Exit mobile version