କରୋନା ଲଢ଼େଇ ପାଇଁ ସହାୟତା କଲେ ଯୁବରାଜ ଓ ହରଭଜନ

ନୂଆଦିଲ୍ଲୀ: କ୍ରିକେଟର ହରଭଜନ ସିଂହ ଓ ଯୁବରାଜ ସିଂହ ଭାରତରେ କରୋନା ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧରେ ସାମିଲ ହୋଇଛନ୍ତି। କରୋନା ବିରୋଧରେ ଦେଶ କରୁଥିବା ଲଢ଼େଇ ପାଇଁ ଉଭୟ ସହାୟତାର ହାତ ବଢ଼ାଇଛନ୍ତି। ରବିବାର ଯୁବରାଜ ସିଂହ କରୋନା ଲଢ଼େଇ ପାଇଁ ଗଠନ କରାଯାଇଥିବା ପିଏମ କେୟାର୍ସ ଫଣ୍ଡକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଅର୍ଥରେ କରୋନା ପାଇଁ ଆବଶ୍ୟକ ସାମଗ୍ରୀ କିଣାଯାଇ ପାରିବ।

ଆହୁରି ପଢ଼ନ୍ତୁ

ଅନ୍ୟପକ୍ଷରେ ହରଭଜନ ସିଂହ ଓ ତାଙ୍କ ପିତ୍ନୀ ଗୀତା ଜଲନ୍ଧରରେ ରହୁଥିବା ୫୦୦ ପରିବାରକୁ ସମସ୍ତ ପ୍ରକାରର ରାସନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା କରୋନା ପାଇଁ ପିଏମ କେୟାର୍ସ ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା କରିଥିଲେ। ହେଲେ ସେମାନେ କେତେ ଅର୍ଥ ଦେଇଥିଲେ, ତାହାକୁ ଗୋପନ ରଖିଥିଲେ।

ଏହା ବ୍ୟତୀତ ରୋହିତ ଶର୍ମା ୮୦ ଲକ୍ଷ ଓ ସଚିନ ତେନ୍ଦୁଲକର ୫୦ ଲକ୍ଷ ଟଙ୍କା କରୋନା ଲଢ଼େଇ ପାଇଁ ସହାୟତା କରିଥିଲେ।

[ad_2]
Exit mobile version