କରୋନା ଲଢ଼େଇ ପାଇଁ ରାଇନା ଦେଲେ ୫୨ ଲକ୍ଷ, ଅନ୍ୟମାନଙ୍କୁ ବି ସହାୟତା ପାଇଁ କହିଲେ


ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଭାରତୀୟ କ୍ରିକେଟର ସୁରେଶ ରାଇନା ସହାୟତାର ହାତ ବଢ଼ାଇଛନ୍ତି। ଏଥିପାଇଁ ରାଇନା ୫୨ ଲକ୍ଷ ଟଙ୍କାର ସହଯୋଗ କରିଛନ୍ତି। ଏ ସମ୍ପର୍କରେ ରାଇନା ଟ୍ୱିଟ କରି କହିଛନ୍ତି, “ମୁଁ କରୋନା ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୧ ଲକ୍ଷ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ଅନ୍ୟମାନେ ମଧ୍ୟ ଏହି ମହାମାରୀର ଲଢ଼େଇରେ ସାମିଲ ହୋଇ ସହଯୋଗ କରନ୍ତୁ। ଜୟହିନ୍ଦ।” ରାଇନା ରିଲିଫ ପାଣ୍ଠିକୁ ଦାନ କରି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ସାଧୁବାଦ ଜଣାଇଛନ୍ତି। ଏହା ଏକ ଚମତ୍କାର ଅର୍ଦ୍ଧଶତକ ବୋଲି ମୋଦି କହିଛନ୍ତି।
ଶୁକ୍ରକାର ସଚିନ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଥିଲେ। ବିସିସିଆଇ ବସ ସୌରଭ ଗାଙ୍ଗୁଲି ବି ୫୦ ଲକ୍ଷ ଟଙ୍କା ଚାଉଳ ଦେବାକୁ ଘୋଷଣା କରିଛନ୍ତି।
That’s a brilliant fifty, @ImRaina! #IndiaFightsCorona https://t.co/O6vY4L6Quo
— Narendra Modi (@narendramodi) March 28, 2020
ଆହୁରି ପଢ଼ନ୍ତୁ
କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଏହାର ସଭାପତି ଅଭିଷେକ ଡାଲମିୟା ବ୍ୟକ୍ତିଗତ ଭାବେ ୫ ଲକ୍ଷ ଟଙ୍କା କରୋନା ସହାୟତା ଭାବେ ଦାନ ଦେଇଥିଲେ।
ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଓ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ଲେଖାଏ ଦାନ କରିଥିଲା।
[ad_2]