କରୋନା ଲଢ଼େଇରେ ଜିତିଲେ ୯୪ ବର୍ଷୀୟ ବୃଦ୍ଧ, ଅଧିକାରୀ କହିଲେ ଏମିତି କଥା

ନୋଏଡା: କରୋନା ଭାଇରସ ଛୋଟ ପିଲା ଓ ୬୫ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ପାଇଁ ଘାତକ। ହେଲେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଉତ୍ତର ପ୍ରଦେଶ ଅନ୍ତର୍ଗତ ଗୌତମ ବୁଦ୍ଧ ନଗରର ଜଣେ ୯୪ ବର୍ଷୀୟ। ଦୃଢ଼ ଆତ୍ମବିଶ୍ୱାସ ଓ ସାହସ ବଳରେ ୯୪ ବର୍ଷୀୟ ବୃଦ୍ଧ କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

୯୪ ବର୍ଷୀୟ କରୋନାକୁ ମାତ ଦେଇ ସୁସ୍ଥ ହେବା ପରେ ସେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ରବିବାର ସେ ସୁସ୍ଥ ହୋଇଥିଲେ। ଆଜି ଜିଲ୍ଲା ମାଜିଷ୍ଟ୍ରେଟ ବୃଦ୍ଧଙ୍କ ସାହାସକୁ ପ୍ରଶଂସା କରିଛନ୍ତି। ମାଜିଷ୍ଟ୍ରେଟ ସୁହାସ ଲାଲିନାକେରେ ୟଥିରାଜ କହିଛନ୍ତି, “ସାର, ଆପଣ ଆମକୁ ଅଧିରୁ ଅଧିକ କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇଛନ୍ତି। ଆପଣଙ୍କ ଜୀବନ ଦୀର୍ଘ ମୟ ଓ ସୁସ୍ଥ ମୟ ହେଉ।”

ଏହି ବ୍ୟକ୍ତି ଜଣଙ୍କ ଶରଦାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରବିବାର ୯୪ ବର୍ଷୀୟ ବୃଦ୍ଧଙ୍କ ସହ ଆଉ ୧୦ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

[ad_2]
Exit mobile version