ଜୀବନମନ୍ତ୍ର

ତ୍ୱଚା ପାଇଁ ବହୁତ ଲାଭଦାୟକ ବରଫ: ନାଚୁରାଲ ଉପାୟରେ କରନ୍ତୁ ଆଇସିଂ ର ବ୍ୟବହାର

ସତ୍ୟଶିଖା(ଭୁଶ୍ଵର) ୧୬.୦୩.ବନେ୨୦୨୧: କେଶ ଏବଂ ଚର୍ମର ଯତ୍ନ ପାଇଁ ମାର୍କେଟ୍ ପ୍ରଡକ୍ଟ ଯେତେ ବ୍ୟବହାର କଲେ ସୁଦ୍ଧା ଘରୋଇ ଉପଚାର ସବୁଠାରୁ ଉତ୍ତମ ହୋଇଥାଏ । ଏହାଦ୍ୱାରା ଇନଫେକସନ୍ ଡର ନରହିବା ସହିତ ମୁହଁରେ ଅଧିକ ଗ୍ଲୋ ଆଣିଥାଏ ଏବଂ ଆପଣଙ୍କ ଟଙ୍କା ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ  । ବର୍ତ୍ତମାନ ଧୀରେ ଧୀରେ ଗ୍ରୀଷ୍ମ ବଢିବାରେ ଲାଗିଛି, ତେଣୁ ଏଥିଲାଗି ମୁହଁର ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଗ୍ରୀଷ୍ମ ଋତୁରେ ମୁହଁ ଅଏଲି ହେବା, ପିମ୍ପଲ୍ ବାହାରିବା, ରେଡନେସ୍ ହେବା ଏବଂ ଟ୍ୟାନ୍ ହେବାଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେଣୁ ଗ୍ରୀଷ୍ମ ଋତୁରେ ସ୍କିନ୍ ଆଇସିଂ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ମୁହଁରୁ ଅନ୍ୟ ସମସ୍ୟା ଦୂର କରିବାକୁ ଚାହୁଁଥାନ୍ତି , ତେବେ ଚାଲନ୍ତୁ ଜାଣିବା ଆଇସିଂ କରିବାର ବିଭିନ୍ନ ଉପାୟ…

୧. ହଳଦୀ ଆଇସିଂ

ହଳଦୀ ଆଇସିଂ କରିବା ପାଇଁ, ହଳଦୀ ପାଉଡରକୁ ପାଣିରେ ଭଲ ଭାବରେ ମିଶାଇ ସେହି ପାଣିକୁ ଆଇସ୍ ଟ୍ୟୁବ୍ ରେ ପୁରାଇ ଫ୍ରିଜ୍ ରେ ରଖନ୍ତୁ ।  ଆଇସ୍ ହୋଇଗଲା ପରେ ମୁହଁରେ ଭଲ ଭାବରେ ଆଇସିଂ କରନ୍ତୁ ।  ଏହାଦ୍ୱାରା ପିମ୍ପଲ୍ ସମସ୍ୟା ଏବଂ ଦାଗ ଦୂର ହୋଇଥାଏ ।

୨. କାକୁଡି ଆଇସିଂ

ଗ୍ରୀଷ୍ମ ଋତୁରେ କାକୁଡି ଖାଇବା ଏବଂ ମୁହଁରେ ଲଗାଇବା ମଧ୍ୟ ଆବଶ୍ୟକ । ଯଦି ଆପଣଙ୍କ ଚେହେରା ଡଲ୍ ଦେଖାଯାଉଛି ତେବେ ଆପଣ କାକୁଡି ଆଇସିଂ କରିବା ଉଚିତ୍ । ଏଥିପାଇଁ ଆପଣ କାକୁଡିକୁ କାଟି ଗ୍ରାଇଣ୍ଡ୍ କରନ୍ତୁ ଏବଂ ସେଥିରେ କିଛି ଲେମ୍ବୁ ରସ ମିଶାଇ ଫ୍ରିଜ୍ ରେ ରଖନ୍ତୁ । ଆଇସ୍ ହେବାପରେ ଏହାକୁ ମୁହଁରେ ଲଗାନ୍ତୁ ।  ଏହାଦ୍ୱାରା ସନ୍ ବର୍ଣ୍ଣର ସମସ୍ୟା ଦୂର ହୋଇଥାଏ ।

୩. ଗ୍ରୀନ୍ ଟି ଆଇସିଂ

ମୁହଁରେ ଗ୍ରୀନ୍ ଟି ଲଗାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।  ଏଥିପାଇଁ ଏକ ଗ୍ରୀନ୍ ଟି ପ୍ୟାକେଟ୍ ନିଅନ୍ତୁ, ଏହାକୁ ପାଣିରେ ମିଶାଇ ଫ୍ରିଜରେ ରଖନ୍ତୁ ।  ଦିନକୁ ୨ଥର ଏହି ଆଇସିଂ କରନ୍ତୁ ।  ଏହା ଆପଣଙ୍କ ସ୍କିନକୁ ହେଲଦି ରଖିବା ସହିତ ଗ୍ଲୋଇଙ୍ଗ୍ ମଧ୍ୟ କରିଥାଏ ।

୪. କଫି ଆଇସିଂ

ଯଦି ଆପଣଙ୍କ ମୁହଁରେ ଲାଇନ୍ସ ଆସିଯାଇଥାଏ, ତେବେ ଆପଣ କଫି ଆଇସିଂ କରନ୍ତୁ । ଏଥିପାଇଁ ପ୍ରଥମେ କଫି ପାଉଡର ନେଇ ଏହାକୁ ପାଣିରେ ମିଶାନ୍ତୁ ଏବଂ ଆଇସ୍ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ।

୫.  ଆଲୋଭେରା ଆଇସିଂ

ଗ୍ରୀଷ୍ମ ଋତୁରେ  ସ୍କିନ୍ ପାଇଁ ଆଲୋଭେରା ନିହାତି ଆବଶ୍ୟକ ।  ଆପଣ ଆଲୋଭେରା ଜେଲ୍ ସହିତ ଘରେ ଆଇସିଂ ପ୍ରସ୍ତୁତ କରିପାରିବେ । ଏଥିଲାଗି ଆପଣ  ଆଲୋ ଭେରାରୁ ଜେଲ୍ ବାହାର କରି ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ପାଣି ସହିତ ମିଶାଇ ଫ୍ରିଜରେ ରଖି ବରଫ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ।

ଆଇସିଂ କରିବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ :

୧. ଶୀଘ୍ର ଚମକ ପାଇବା ଆଶାରେ ଅଧିକ ଥର ଆଇସିଂ କରନ୍ତୁ ନାହିଁ ।

୨. ଆଇସିଂ କରିବା ପୂର୍ବରୁ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

୩. ମେକଅପ୍ ଛଡାଇ ନିଅନ୍ତୁ ।

୪. ପ୍ରାୟ ୧୦ ରୁ ୧୫ ମିନିଟ୍ ପାଇଁ ଆଇସିଙ୍ଗ୍ କରନ୍ତୁ।

୫. ଯେଉଁଠାରେ ପିମ୍ପଲ୍ ଅଛି, ବରଫକୁ ଆରାମରେ ଘଷନ୍ତୁ ।

Show More
Back to top button