ବିଦେଶ

କରୋନା ରୋଗୀଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଡେକ୍ସାମେଥାସନ୍

ଲଣ୍ଡନ: ଗୁରୁତର କରୋନା ରୋଗୀଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଡେକ୍ସାମେଥାସନ୍। ପ୍ରତି ୩ ଜଣ ଗୁରୁତର କୋଭିଡ୍ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏ ଔଷଧ କାମ ଦେଉଛି। ଫଳରେ ନୂଆ ଜୀବନ ପାଇପାରୁଛି ରୋଗୀ।

ଡେକ୍ସାମେଥାସନ୍ ଔଷଧ ଯୋଗୁଁ କରୋନା ରୋଗୀ ଭଲ ହେଉଥିବା ନେଇ ବ୍ରିଟେନ୍ ଚିକିତ୍ସା ବିଜ୍ଞାନୀ ଦାବି କରି ଆସୁଥିଲେ । ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହାକୁ ସମର୍ଥନ ଜଣାଇଛି। ଡେକ୍ସାମେଥାସନ୍ ଔଷଧ ଗୁରୁତର କରୋନା ରୋଗୀଙ୍କ ପାଇଁ ଫଳପ୍ରଦ ବୋଲି କହିଛି WHO ।   ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ  ଏହି ମେଡିସିନ ଦିଆଯାଇପାରିବ। ଏହା ଦ୍ୱାରା କରୋନା ମୃତ୍ୟୁହାର କମାଯାଇପାରିବ ବୋଲି WHO ମତବ୍ୟକ୍ତ କରିଛି।

ଆହୁରି ପଢ଼ନ୍ତୁ

ଷାଠିଏ ଦଶକରେ ନିର୍ଦ୍ଦିଷ୍ଟ କ୍ୟାନସର ରୋଗ ପାଇଁ ଏହି ଔଷଧ ବ୍ୟବହାର ହେଉଥିଲା । ଏହାକୁ ୧୯୭୭ ମସିହାରେ ଅତ୍ୟାବଶ୍ୟକ ଔଷଧ ଭାବେ WHO ତାଲିକାଭୁକ୍ତ କରିସାରିଛି  ।

ଡେକ୍ସାମେଥାସନ୍ ମେଡିସିନର କ୍ଲିନିକାଲ ଟ୍ରାଏଲ କରାଯାଇଛି । ଏହାକୁ କୋଭିଡ ରୋଗୀଙ୍କ ନିଦାନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି ଗବେଷକମାନେ କହିବା ସହ କୋରନା ରୋଗ ବିରୋଧରେ ଏହା ଏକ ବଡ଼ ସଫଳତା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।  କରୋନା ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏହା ଫଳପ୍ରଦ ହୋଇପାରୁଛି  ବୋଲି ବ୍ରିଟେନର ଚିକିତ୍ସାବିଜ୍ଞାନୀ କହିଛନ୍ତି।

ଯେଉଁ କୋରନା ରୋଗୀ ଭେଣ୍ଟିଲେଟର କିମ୍ବା ଅକ୍ସିଜେନ୍ ସିଷ୍ଟମରେ ଥିବେ ସେମାନଙ୍କୁ ଡେକ୍ସାମେଥାସନ୍ ଔଷଧ ଦିଆଯାଇପାରିବ। ଏହି ଔଷଧର ଦାମ୍ ଅତି ନଗଣ୍ୟ ହୋଇଥିବା ବେଳେ ଏହା ଜୀବନ ରକ୍ଷାକାରୀ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର କହିଛନ୍ତି।

[ad_2]
Show More
Back to top button