କରୋନା ରୋକିବାକୁ ରାପ୍‌ ଗୀତର ସାହାରା ନେଲା ପୁଲିସ୍‌

ବାଲିଗୁଡ଼ା(ଅଜିତ ନାୟକ): ଲକ୍‌ ଡାଉନ୍‌ ନିୟମରେ ସରକାର କିଛିଟା କୋହଳ କରିଛନ୍ତି। କିନ୍ତୁ କରୋନାର ଭୟାବହତା କମିନି। ପୂର୍ବାପେକ୍ଷା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଉଦ୍‌ବେଗଜନକ ହୋଇ ବଢ଼ି ଚାଲିଛି। ଏପରି ସ୍ଥିତିରେ କରୋନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ରାପ୍‌ ଗୀତର ସାହାରା ନେଇଛି କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ୍‌ ।

କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ୍‌ ତରଫରୁ ରାପ‌୍‍ ଗୀତ ନାଚ ମାଧ୍ୟମରେ କରୋନାଠୁ ଦୂରେଇ ରହିବାକୁ ସଚେତନତା ସୃଷ୍ଟି ଲାଗି ପ୍ରୟାସ ଆରମ୍ଭ ହୋଇଛି। ବାଲିଗୁଡା ପୁଲିସ୍‌ ସହାୟତାରେ ‘ଲକଡାଉନ ଏବେ ବି ଚାଲିଛି’ ନାମକ ଏକ ରାପ‌୍‍ ଭିଡିଓ ପ୍ରସ୍ତୁତ କରାଯାଇଛି। ଏହି  ଗୀତକୁ ଗାଇଛନ୍ତି ବାଲିଗୁଡାର ରାପର ଶିବା ପତି। ଆଉ ତାଳେ ତାଳେ ନାଚିଛନ୍ତି ବିଟ‌୍‍ ବଏଜ‌୍‍ ଗ୍ରୁପ‌୍‍।

ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବାରିକ ରାପ‌୍‍ ଗୀତକୁ ରଚନା କରିଥିବାବେଳେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ନୃତ୍ୟ ନିଦ୍ଦେର୍ଶନା ଦେଇଛନ୍ତି। ଯୁବପିଢୀ ସମେତ କନ୍ଧମାଳବାସୀ କରୋନାଠାରୁ କିଭଳି ଦୂରେଇ ରହିବେ ସେ ନେଇ ଏହି ଭିଡିଓ ମାଧ୍ୟମରେ ନିବେଦନ କରାଯାଇଛି। ‘ଲକଡାନଉନ ଏବେ ବି ଚାଲିଛି’ ରାପ‌୍‍ ଭିଡିଓ ଏବେ ବେଶ‌୍‍ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ

ବାଲିଗୁଡା ଏସଡିପିଓ ମାନସ‌୍‍ ରଂଜନ ବାରିକ କହିଛନ୍ତି, ସରକାର ନିୟମରେ କିଛି କୋହଳ କରିଥିବା ବେଳେ କରୋନାର ପ୍ରକୋପ କିନ୍ତୁ କିଛି କମିନି। ତେଣୁ ଆମକୁ ଅଧିକ କଡ଼ାକାଡ଼ି ଭାବେ ନିୟମ ପାଳନ କରିବାକୁ ପଡ଼ିବ। ଲୋକଙ୍କୁ ସଚେତନ ରହିବାକୁ ନାଚଗୀତ ମାଧ୍ୟମରେ ଅପିଲ୍‌ କରୁଛୁ। ଏହାଦ୍ୱାରା ମଣିଷ ଜିତିବ ଓ କରୋନା ହାରିବ  ।

ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା କହିଛନ୍ତି।, ଲୋକେ ଏବେ ସଚେତନ ହେଲେଣି। ସେମାନେ ନିଜେ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ କରୁଥିବା ବେଳେ ଏଥିରେ ପୁଲିସ୍‌କୁ ସାମିଲ କରିଛନ୍ତି। ଲୋକଙ୍କୁ  କରୋନାର ଭୟାବହତା ସମ୍ପର୍କରେ ଅବଗତ କରାଇବାକୁ ଏହି ଭିଡିଓ ମାଧ୍ୟମରେ ଚେଷ୍ଟା କରାଯାଇଛି।

[ad_2]
Exit mobile version