ଦେଶ

କରୋନା: ରାପିଡ ଟେଷ୍ଟ କିଟ ଫେରାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାର ଦ୍ରୁତ ପରୀକ୍ଷା ପାଇଁ ବ୍ୟବହୃତ ହେଉଥିବା ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍‌ ତ୍ରୁଟିପୂର୍ଣ୍ଣ। ଏଥିରେ କରାଯାଉଥିବା ଟେଷ୍ଟ ଆଦୌ ସନ୍ତୋଷଜନକ ନୁହେଁ। ତେଣୁ ରାଜ୍ୟଗୁଡ଼ିକ ଏଥିରେ କୌଣସି ପ୍ରକାରର ପରୀକ୍ଷା କରନ୍ତୁ ନାହିଁ। ବରଂ ସେମାନଙ୍କ ପାଖରେ ଥିବା ରାପିଡ୍‌ ଟେଷ୍ଟ କିଟ୍‌କୁ ଫେରାଇ ଦିଅନ୍ତୁ ବୋଲି ଆଜି ଆଇସିଏମଆର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

କେନ୍ଦ୍ର ସରକାର ନିକଟରେ ଚାଇନାର ଦୁଇଟି କମ୍ପାନୀ ଠାରୁ ଦ୍ରୁତ କରୋନା ଟେଷ୍ଟ କରିବାକୁ ୫ ଲକ୍ଷ ରାପିଡ ଟେଷ୍ଟ କିଟ ଆଣିଥିଲେ। ଏହା ଭାରତରେ ପହଞ୍ଚିବା ପରେ ଏଗୁଡ଼ିକୁ ବିଭିନ୍ନ ରାଜ୍ୟଗୁଡ଼ିକୁ ପଠାଯାଇଥିଲା। ତେବେ ଏହି କିଟ୍‌ଗୁଡ଼ିକ ତ୍ରୁଟିପୂର୍ଣ୍ଣ ଓ ଏଥିରେ କରାଯାଉଥିବା ପରୀକ୍ଷା ସନ୍ତୋଷଜନକ ନୁହେଁ ବୋଲି ରାଜ୍ୟଗୁଡ଼ିକ ଅଭିଯୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଇସିଏମଆର ପରୀକ୍ଷା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ଏହାପରେ ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ପରେ ରାଜ୍ୟଗୁଡ଼ିକ କରିଥିବା ଅଭିଯୋଗରେ ସତ୍ୟତା ଥିବା ଆଇସିଏମଆର ଜାଣିବାକୁ ପାଇଛି। ଏହି କାରଣରୁ ଆଇସିଏମଆର ଆଉ କୌଣସି ପ୍ରକାରର ରାପିଡ କିଟ ବାହାରୁ ନ ଆଣିବା ପାଇଁ କୁହାଯାଇଛି। ସେହିପରି କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ରାପିଡ ଟେଷ୍ଟକୁ ଫେରାଇ ଦେବାକୁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏବେ କେବଳ ଆରଟି-ପିସିଆର ଦ୍ୱାରା ହିଁ କରୋନା ପରୀକ୍ଷା କରାଯିବ ବୋଲି ଆଇସିଏମଆର ସ୍ପଷ୍ଟ କରିଛି।

[ad_2]
Show More
Back to top button