ଦେଶ

କରୋନା ଯୋଗୁ ଜୁନ୍ ୩୦ ଯାଏ ଜାମା ମସଜିଦ ବନ୍ଦ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଆଶଙ୍କାରେ ଦିଲ୍ଲୀ ସ୍ଥିତ ଦେଶର ପ୍ରସିଦ୍ଧ ଜାମା ମସଜିଦକୁ ଆସନ୍ତା ୩୦ ତାରିଖ ଯାଏ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ମଧ୍ୟରାତ୍ର ପରଠାରୁ ସର୍ବସାଧାରଣଙ୍କ ପାଇଁ ମସଜିଦର ଦରବାଜା ଖୋଲିବ ନାହିଁ। ଏ ସଂକ୍ରାନ୍ତରେ ଜମା ମସଜିଦର ଶାହି ଇମାମ ସୟଦ ଅହମଦ ବୁଖାରୀ ଚିଠି ଲେଖି ସମସ୍ତଙ୍କୁ ଅବଗତ କରାଇଛନ୍ତି।

ଆହୁରି ପଢ଼ନ୍ତୁ

ଏହାର ଅର୍ଥ ଜୁନ୍‌ ୩୦ ଯାଏ ମସଜିଦରେ କୌଣସି ପ୍ରକାରରେ ଲୋକମାନେ ପ୍ରାର୍ଥନା କରିପାରିବେ ନାହିଁ। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମସଜିଦ ଆସୁଥିବା ଲୋକେ ବି ଏଥିରେ ସଂକ୍ରମିତ ହେବାର ଆଶଙ୍କା ରହୁଛି। ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଶାହି ଇମାମ ଏଭଳି ନିଷ୍ପତ୍ତି ନେଇଛନ୍ତି।

କରୋନା ଲକଡାଉନ ହେତୁ ସମଗ୍ର ଦେଶରେ ସମସ୍ତ ପ୍ରକାରର ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଜୁନ୍‌ ୮ରୁ ବିଭିନ୍ନ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଜାମା ମସଜିଦ ବି ଖୋଲିଥିଲା। କିନ୍ତୁ ଆଜି ମଧ୍ୟରାତ୍ରରୁ ଏହା ପୁଣି ବନ୍ଦ ହୋଇଯିବ।

[ad_2]
Show More
Back to top button