ରାଜ୍ୟ

କରୋନା ମୁକାବିଲା: ୫ ବିଭାଗ ଉପରେ ସର୍ବାଧିକ ଦାୟିତ୍ୱ, ସରକାର ଜାରି କଲେ ନିର୍ଦ୍ଦେଶ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍ ଡାଉନ୍ ଘୋଷଣା କରିଥିବା ରାଜ୍ୟ ସରକାର ଆଜି ନିଜର ବିଭିନ୍ନ ବିଭାଗର ବର୍ଗୀକରଣ କରିଛନ୍ତି। କରୋନା ମୁକାବିଲା ପାଇଁ କେଉଁ ବିଭାଗର ଦାୟିତ୍ୱ କେତେ ତାହା ଉଲ୍ଲେଖ କରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରାଙ୍କ ଦସ୍ତଖତରେ ଆଜି ଜାରି ନିର୍ଦ୍ଦେଶନାମାରେ ୫ଟି ବିଭାଗକୁ ‘କ୍ରିଟିକାଲ’, ୧୬ଟି ବିଭାଗକୁ ‘ଆଂଶିକ କ୍ରିଟିକାଲ’ ଓ ୧୮ଟି ବିଭାଗକୁ ‘ଅଣ କ୍ରିଟିକାଲ’ ଭାବେ ବର୍ଗୀକୃତ କରି ସେହି ଆଧାରରେ ସମ୍ପୃକ୍ତ ବିଭାଗର ସଚିବ,ଅଫିସର ଓ କର୍ମଚାରୀମାନଙ୍କ ଦାୟିତ୍ୱ ବଣ୍ଟନ କରିଛନ୍ତି।

ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, କରୋନା ମୁକାବିଲା ପାଇଁ ଖାଦ୍ୟଯୋଗାଣ ଓ ଖାଉଟିବ୍ୟାପାର, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଏସଆରସି ଓ ଓସଡମା ବିଭାଗରେ କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟାଳୟରେ ଶତପ୍ରତିଶତ ଉପସ୍ଥିତ ରହିବେ। ଏସବୁ ବିଭାଗର ସଚିବମାନେ ସେମାନଙ୍କ ଅଧୀନରେ ଥିବା ନିର୍ଦ୍ଦେଶାଳୟ ଓ ଉଦ୍ୟୋଗଗୁଡ଼ିକର କାର୍ଯ୍ୟ ସମ୍ପର୍କରେ ନିଷ୍ପତ୍ତି ନେବେ।

ଆହୁରି ପଢ଼ନ୍ତୁ

ସେହିପରି ବାଣିଜ୍ୟ ଓ ପରିବହନ, ଇଆଣ୍ଡଆଇଟି,ଶକ୍ତି, ମତ୍ସ୍ୟ ଓ ପଶୁସମ୍ପଦ, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ଶିଳ୍ପ, ଶ୍ରମ ଓ ଇଏସଆଇ, ଏମଏସଏମଇ, ପଞ୍ଚାୟତିରାଜ, ରାଜସ୍ୱ, ଅନୁସୂଚିତ ଜାତି ଓ ଜନଜାତି, ସ୍କୁଲ ଓ ଗଣଶିକ୍ଷା, ଏସଏସଇପିଡି, ମହିଳା ଓ ଶିଶୁ ବିକାଶ ଓ ପୂର୍ତ୍ତ ବିଭାଗକୁ ‘ଆଂଶିକ କ୍ରିଟିକାଲ’ ବର୍ଗର ବିଭାଗ ଭାବେ ସ୍ଥାନିତ କରାଯାଇ ସମ୍ପୃକ୍ତ ବିଭାଗର ସଚିବମାନେ ହିଁ କେଉଁ ଅଧିକାରୀ ଓ କର୍ମଚାରୀ ଅଫିସରେ ଉପସ୍ଥିତ ରହିବା ଜରୁରୀ ତାହା ସ୍ଥିର କରିବେ। ସେସବୁ ବିଭାଗ ଅଧୀନରେ ଥିବା ନିର୍ଦ୍ଦେଶାଳୟ ଓ ଉଦ୍ୟୋଗଗୁଡ଼ିକ କାର୍ଯ୍ୟ କ’ଣ ରହିବ ତାହା ସଚିବମାନେ ସ୍ଥିର କରିବେ ।

ସେହିପରି ‘ଅଣକ୍ରିିଟିକାଲ’ ବିଭାଗ ଭାବେ କୃଷି,ସମବାୟ, ଅବକାରୀ, ଜଙ୍ଗଲ ଓ ପରିବେଶ, ହସ୍ତତନ୍ତ ଓ ବୟନଶିଳ୍ପ, ଉଚ୍ଚଶିକ୍ଷା, ଆଇନ, ସଂସ୍କୃତି , ପର୍ଯ୍ୟଟନ, ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଦକ୍ଷତାବିକାଶ ଓ ବୈଷିୟକ ଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଇସ୍ପାତ ଓ ଖଣି, ଜଳସମ୍ପଦ ବିଭାଗର ସଚିବମାନେ ନିଜର ବ୍ୟକ୍ତିଗତ କର୍ମଚାରୀଙ୍କ ସମେତ ହାତଗଣତି ଅଧିକାରୀ ଓ କର୍ମଚାରୀଙ୍କ ସହ ବିଭାଗରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି।

[ad_2]
Show More
Back to top button