ରାଜ୍ୟ

ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଖୋଲିବ ପାଣିପାଗ ବିଜ୍ଞାନ କେନ୍ଦ୍ର: ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର (ସତ୍ୟଶିଖା): ବାତ୍ୟା ‘ଅମ୍ଫାନ’ ନେଇ ଭାରତୀୟ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା, ସେଥିରେ ସଫଳ ହୋଇଛି। ଓଟିଭି ଖୋଲାକଥାରେ ଯୋଗଦେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାମାତ୍ର ଏହି କଥା ବଖାଣିଛନ୍ତି। ତେବେ ଆଗାମୀ ଦିନରେ ଓଡ଼ିଶା ପାଣିପାଗ ବିଜ୍ଞାନର ପ୍ରବେଶ ପଥ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଶ୍ରୀ ମହାପାତ୍ର କହିଛନ୍ତି-“ଅମ୍ଫାନର ଗତିପଥ ଓ ପ୍ରକୋପ ପୂର୍ବାନୁମାନରେ ସଫଳ ହୋଇଛୁ। ‘ଅମ୍ଫାନ’ ଆମ ପାଇଁ ଏକ ସଫଳ କାହାଣୀ। ବର୍ଷକୁ ୫ଟି ବାତ୍ୟା ମଧ୍ୟରୁ ଓଡ଼ିଶାକୁ ଗୋଟିଏ ପ୍ରଭାବିତ କରୁଛି। ପୂର୍ବାନୁମାନ କିପରି ଆହୁରି ନିର୍ଦ୍ଦିଷ୍ଟ ହେବ, ସେ ଦିଗରେ ଉଦ୍ୟମ ଜାରି ରହିଛି। ଆଗାମୀ ୫ ବର୍ଷ ଭିତରେ ଏଥିରେ ସଫଳ ହେବୁ। କେଉଁ ଅଞ୍ଚଳରେ କେତେ କ୍ଷତି ହେବ, ତାହା ପୂର୍ବାନୁମାନ କରିପାରିବୁ।”

ସେ ଆହୁରି କହିଛନ୍ତି-“ଆଗାମୀ ଦିନରେ ଓଡ଼ିଶା ହେବ ପାଣିପାଗ ବିଜ୍ଞାନର ପ୍ରବେଶ ପଥ। ଗୋପାଳପୁର ଓ ପାରାଦୀପରେ ଡପ୍‌ଲର ରାଡାର ରହିଛି। ଆଗାମୀ ଦିନରେ ବାଲେଶ୍ୱର ଓ ସମ୍ବଲପୁରରେ ରାଡାର ଲାଗିବ। ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଖୋଲିବ। ଏବେ ପ୍ରବଳ ବର୍ଷା ନେଇ ୭୮% ପୂର୍ବାନୁମାନ ସଠିକ ହେଉଛି। ବାକି ଥିବା ଗ୍ୟାପକୁ ଆଗାମୀ ଦିନରେ ପୂରଣ କରାଯିବ।”



[ad_2]

Show More
Back to top button