କରୋନା ମୁକାବିଲା ପାଇଁ ୫ ଟ୍ରିଲିଅନ୍‌ ଡଲାର ଦେବେ ଜି୨୦ ରାଷ୍ଟ୍ର, ମୋଦି କହିଲେ ଡବ୍ଲୁଏଚ୍‌ଓର ସଂସ୍କାର ଦରକାର

ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱସ୍ତରର ସ୍ଥିତିକୁ ଦେଖି ଜି୨୦ ରାଷ୍ଟ୍ର ସମୂହ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଶ୍ୱ ଅର୍ଥନୀତିକୁ ଏହି ରାଷ୍ଟ୍ରଗୁଡ଼ିକ ୫ ଟ୍ରିଲିଅନ୍‌ ଡଲାର ଦେବାକୁ ମନସ୍ଥ କରିଛନ୍ତି। ଏହି ଅର୍ଥ କରୋନା କାରଣରୁ ଉପୁଜିବାକୁ ଥିବା ସାମାଜିକ, ଅର୍ଥନୀତିକ ଏବଂ ଆର୍ଥିକ ସମସ୍ୟାର ମୁକାବିଲାରେ ସହାୟକ ହେବ।

ଆହୁରି ପଢ଼ନ୍ତୁ

ଏହା ପୂର୍ବରୁ ବର୍ତ୍ତମାନ ଜି୨୦ ନେତୃତ୍ୱ ନେଉଥିବା ସାଉଦି ଆରବ ପକ୍ଷରୁ ଜି୨୦ ରାଷ୍ଟ୍ରଙ୍କୁ ଆହ୍ୱାନ କରାଯାଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ର ସମୂହ ଏକତା ପ୍ରଦର୍ଶନ କରିଥିଲେ। ଏହି ରାଷ୍ଟ୍ର ସମୂହ ଆଜି ଦାବି କରିଥିଲେ, ଆଇଏମ୍‌ଏଫ୍‌, ଡବ୍ଲୁଏଚ୍‌ଓ ଏବଂ ବ୍ୟାଙ୍କଗୁଡ଼ିକ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ବୃହତ୍‌ ଆର୍ଥିକ ପ୍ୟାକେଜ୍‌ ଦିଅନ୍ତୁ।

ଏହି ବୈଠକରେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଥିଲେ, ଏହି ଭାଇରସ୍‌ର କୌଣସି ସୀମା ନାହିଁ। ଆମେ ସମସ୍ତେ ଗୋଟିଏ ଶତ୍ରୁ ବିରୋଧରେ ଲଢ଼େଇ କରୁଛେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡବ୍ଲୁଏଚ୍‌ଓର ସଂସ୍କାର ଦରକାର। ଏଥିସହ କରୋନା ମୁକାବିଲା ପାଇଁ ଏକ ସଶକ୍ତ ପ୍ଲାନ୍‌ ପାଇଁ ସେ ଆହ୍ୱାନ କରିଛନ୍ତି।

[ad_2]
Exit mobile version