ଦେଶ

କରୋନା ମୁକାବିଲା ପାଇଁ ପତ୍ରରେ ମାସ୍କ ତିଆରି କଲେ ଜନଜାତି ଲୋକେ

ରାୟପୁର: କରୋନା ମୁକାବିଲା ପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। ୟା ଭିତରେ ମାସ୍କ ଏବଂ ସାନିଟାଇଜର୍‌ର ଚାହିଦା କାହିଁରେ କ’ଣ। ଏଭଳି ସ୍ଥିତିରେ ଭୂତାଣୁ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଛତିଶଗଡ଼ ବସ୍ତର ଅଞ୍ଚଳର କିଛି ଆଦିବାସୀ ପତ୍ରରୁ ତିଆରି କରିଛନ୍ତି ମାସ୍କ। ଯଦିଓ ଏହା କେବଳ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏବଂ ଡାକ୍ତରଖାନାରେ ସେଭଳି ସ୍ଥିତିରେ କାମ କରୁଥିବା ଲୋକଙ୍କ ପାଇଁ ଦରକାର ବୋଲି ପରାମର୍ଶ ଦିଆଯାଉଛି, ଏବେ ମାସ୍କ ବସ୍ତର ଅଞ୍ଚଳରେ ନୂଆ ଟ୍ରେଣ୍ଡ ପାଲଟିଛି।

ଆହୁରି ପଢ଼ନ୍ତୁ

ସେମାନେ ଏକ ବୈଠକକୁ ଏଭଳି ମାସ୍କ ପିନ୍ଧି ଆସିଥିଲେ। ସ୍ଥାନୀୟ ଜଣ ଯୁବକ ଏ ବିଷୟରେ କୁହନ୍ତି, ଗାଁ ଲୋକେ ଯେତବେଳେ କରୋନା ବିଷୟରେ ଶୁଣିଲେ ସେମାନେ ଭୟଭୀତ ଥିଲେ। ମାସ୍କ ବାବଦରେ ତାଙ୍କୁ କୁହାଯାଇଥିଲେ ମଧ୍ୟ ମାସ୍କ ନଥିବାରୁ ସେମାନେ ଏଭଳି ବୁଦ୍ଧି ପ୍ରୟୋଗ କରିଛନ୍ତି।

ପଟେଲ୍‌ ମେଘନାଥ ହିଡ୍‌କୋ କହିଛନ୍ତି, ଆମେ କରୋନା ଭାଇରସ୍‌ ବାବଦରେ ଜାଣିବା ପରେ ଚିନ୍ତା କଲୁ ନିଜେ କିଛି ପଦକ୍ଷେପ ନେବୁ। ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳ ପାଇଁ ରିପୋର୍ଟିଂ କରୁଥିବା ଜଣେ ସାମ୍ବାଦିକ ଜୀବାନନ୍ଦ ହାଲଦାର କହିଛନ୍ତି, ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଏହି ପତ୍ର ମାସ୍କ କଥା ବ୍ୟାପୁଛି। ଏହା ତାଙ୍କ ପାଇଁ ନୂଆ ଅନୁଭୂତି ବୋଲି ହାଲଦାର କହିଛନ୍ତି। ସେ କହିଛନ୍ତି, ଆଦିବାସୀମାନେ ଏହି ମାସ୍କ ଦିନେ ବ୍ୟବହାର କରିବା ପରେ ତା’କୁ ଫୋପାଡ଼ି ଦେଇ ପୁଣି ଏକ ମାସ୍କ ପିନ୍ଧିବା ଆରମ୍ଭ କରୁଛନ୍ତି।

[ad_2]
Show More
Back to top button