ଦେଶ

କରୋନା ମୁକାବିଲାରେ ଭାରତ ଆଗରେ, କାନାଡା ଏବଂ ଅଷ୍ଟ୍ରେଲିଆ ମଧ୍ୟ ସଫଳ

ନୂଆଦିଲ୍ଲୀ: ଭାରତ ସମେତ ବିଭିନ୍ନ ରାଷ୍ଟ୍ରରେ ଏବେ ଲକ୍‌ଡାଉନ୍‌ ଲାଗୁ ହୋଇଛି। କରୋନା ମହାମାରୀର ମୁକାବିଲା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ୱାର୍ଲ୍ଡୋମିଟର ଅନୁଯାୟୀ ଭାରତ ଏହି ମୁକାବିଲାରେ ଆଗରେ ଅଛି। ବିଭିନ୍ନ ପଶ୍ଚିମ ରାଷ୍ଟ୍ର ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ବା ଅଧିକ ହେବା ପାଇଁ ଭାରତ ସବୁଠାରୁ ଅଧିକ ସମୟ ନେଇଛି।

ଏହି ତଥ୍ୟ ଅନୁଯାୟୀ, ଭାରତର ଆକ୍ରାନ୍ତଙ୍କ ସଂଖ୍ୟା ଗତ ସପ୍ତାହର ୩୦୦୦-୬୦୦୦ରୁ ୧୨,୭୯୯କୁ ବୃଦ୍ଧି ପାଇଁ ୬ ଦିନ ନେଇଛି। ଆମେରିକା ଏବଂ ଜର୍ମାନୀରେ ଏହା ମାତ୍ର ୨ ଦିନରେ ଡବଲ ହୋଇଥିଲା। ୧୨ ହଜାର ସଂଖ୍ୟା ଛୁଇଁବା ପାଇଁ ଇଟାଲୀରେ ୩ ଦିନ ଲାଗିଥିଲା ଏବଂ ବ୍ରିଟେନ୍‌, ସ୍ପେନ୍‌ ଏବଂ ଫ୍ରାନ୍ସକୁ ୪ ଦିନ ଲାଗିଥିଲା।

ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏଥିରୁ ଜଣାପଡ଼ୁଛି ମାର୍ଚ୍ଚ ୨୫ରୁ ଏପ୍ରିଲ ୧୫ ଲକ୍‌କାଡାଉନ୍‌ ୧.୦ କିଭଳି ସଫଳ ହୋଇଛି ଯାହାକି ସମଗ୍ର ବିଶ୍ୱରେ ସର୍ବବୃହତ ଲକ୍‌ଡାଉନ୍‌ ବୋଲି କୁହାଯାଉଛି। ରେଲ୍‌ୱ ନେଟ୍‌ୱର୍କଠାରୁ ଆରମ୍ଭ କରି ବମିନ କଟକଣା ରହିଥିଲା। ଏବେ ଏହି କାରଣରୁ ଶିଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ସୁଯୋଗ ସୃଷ୍ଟି ହୋଇପାରିଛି। ଲକ୍‌ଡାଉନ୍‌୨.୦ରେ ଗ୍ରାମାଞ୍ଚଳରେ ବର୍ତ୍ତମାନ ପୂର୍ବବତ୍ କୃଷି କାର୍ଯ୍ୟ ଓ ଅନ୍ୟ କାର୍ଯ୍ୟ ଆରମ୍ଭ କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ

ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି, ଭାରତରଆ ଯେଉଁଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ ଛୁଇଁଥିଲା ସେହିଦି ସୁଦ୍ଧା ୨.୧ ଲକ୍ଷ ପରୀକ୍ଷା କରାଯାଇଥିଲା। ଏହାର ୨ ସପ୍ତାହ ପୂର୍ବରୁ ଯେଉଁଦିନ ୫୦୦୦ ସଂଖ୍ୟା ଛୁଇଁଥିଲା, ସେହିଦିନ ସୁଦ୍ଧା ୧.୧୪ ଲକ୍ଷ ପରୀକ୍ଷା ହୋଇଥିଲା।

କ୍ୟାନାଡା ମଧ୍ୟ ଏହି ଦୃଷ୍ଟିରୁ ଭାରତଠାରୁ ପାରାମିଟର ଅନୁଯାୟୀ ଆଗରେ ରହିଥିଲା। କାରଣୁ ଉପରୋକ୍ତ ସଂଖ୍ୟା ଛୁଇଁବର ଯାଏ କାନାଡା ଯଥାକ୍ରମେ ୨,୯ ଲକ୍ଷ ଏବଂ ୨.୪ ଲକ୍ଷ ନମୁନା ପରୀକ୍ଷା କରାଇବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଇଟାଲୀରେ ୨୧,୬୪୫ ଜୀବନ ଗଲାଣି, କିନ୍ତୁ ଏହି ନିର୍ଦ୍ଦିଷ୍ଟ ଅବଧିରେ ଇଟାଲୀ ଯଥାକ୍ରମେ ୭୩, ୧୫୪ ଏବଂ ୪୯,୯୩୭ ପରୀକ୍ଷା କରିଥିଲା।

ଅନ୍ୟପକ୍ଷରେ ଭାରତର ଜନସଂଖ୍ୟା ସାରା ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଏବଂ ଘଞ୍ଚ। କିନ୍ତୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷରେ ୯ ରହିଛି। ଏହାର ମାତ୍ରା ଅଷ୍ଟ୍ରେଲିଆରେ ୨୫୩, ୬୮, ୨୦୭ ଏବଂ ଆମେରିକାରେ ୧୯୪୬। ସ୍ପେନ୍‌ରେ ଏହାର ମାତ୍ରା ୩୮୬୪ ହୋଇଥିବାବେଳେ ଇଟାଲୀରେ ୨୭୩୨ ରହିଛି। ଦଶଲକ୍ଷରେ ହାରାହାରି ମୃତ୍ୟୁ ସଂଖ୍ୟାରେ ଭାରତର ସ୍ଥିତି ଭଲ ରହିଛି। ଅଷ୍ଟ୍ରେଲିଆରେ ଏହା ୨, ଜାପାନ ୧ ଏବଂ ଦକ୍ଷିଣ କୋରିଆରେ ୪ ରହିଛି।

[ad_2]
Show More
Back to top button