କରୋନା ମହାମାରୀ ମଧ୍ୟରେ ଆରମ୍ଭ ହେଲା ଲାଇଭ ଟେନିସ


କୋବଲେଞ୍ଜ: କରୋନା ଭାଇରସ ପାଇଁ ମାର୍ଚ୍ଚ ମାସରୁ ବନ୍ଦ ଥିବା ଲାଇଭ ଟେନିସ ମ୍ୟାଚ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଜର୍ମାନୀର କୋବଲେଞ୍ଜଠାରେ ଟେନିସ ପଏଣ୍ଟ ପ୍ରଦର୍ଶନୀ ସିରିଜ୍ ଆରମ୍ଭ କରାଯାଇଛି। ଏହି ସିରିଜ୍ରେ ୮ ଜଣ ଖେଳାଳି ରହିଛନ୍ତି। ଏମାନଙ୍କ ମଧ୍ୟରେ ରାଫେଲ ନାଡେଲ ଓ ଜର୍ମାନୀର ଡୁଷ୍ଟିନ ବ୍ରାଉନଙ୍କ ଭଳି ଖେଳାଳି ରହିଛନ୍ତି।
ତେବେ ମ୍ୟାଚ୍ ବେଳେ ଷ୍ଟାଡିୟମରେ କୌଣସି ଦର୍ଶକ ନଥିଲେ। କୌଣସି ବଲ ବୟ କିମ୍ବା ହ୍ୟାଣ୍ଡଶେକ କରିବାକୁ ମଧ୍ୟ କାହାକୁ ଅନୁମତି ମିଳି ନଥିଲା। ପ୍ରଥମ ମ୍ୟାଚ୍ରେ ବେଞ୍ଜାମିନ ହାସନ ପ୍ରତିପକ୍ଷ ଜେନ ମାର୍କ ୱାର୍ଣ୍ଣରଙ୍କୁ ୪-୨ ଓ ୪-୨ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍କୁ ଓଟିଟି ପ୍ଲାଟଫର୍ମ ଚ୍ୟାନେଲରେ ଲାଇଭ ଦେଖାଯାଇଥିଲା।
ଆହୁରି ପଢ଼ନ୍ତୁ
ଦ୍ୱିତୀୟ ମ୍ୟାଚ୍ରେ ବ୍ରାଉନ ପ୍ରତିପକ୍ଷ ସ୍ମିଜ୍ଙ୍କୁ ୪-୨ ଓ ୪-୨ରେ ପରାସ୍ତା କରି ରାଉଣ୍ଡ ରବିନ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।
ମ୍ୟାଚ୍ ବେଳେ ଲାଇନ ଜଜ ମଧ୍ୟ ନଥିଲେ। ମ୍ୟାଚ୍ରେ ଖେଳାଳିମାନଙ୍କୁ କୋଚ ଦିଆଯାଇ ନଥିଲା। ମ୍ୟାଚ୍ ପରେ ସେମାନଙ୍କୁ ହାତ ମିଳାଇବାକୁ ମଧ୍ୟ ଅନୁମତି ନଥିଲା। ଏହି ସିରିଜ ବିଜେତାଙ୍କୁ ୧ହଜାର ୟୁରୋରୁ ବି କମ ପୁରସ୍କାର ମିଳିବ। ଏହି ଟୁର୍ଣ୍ଣାମେଣ୍ଟ ୪ ଦିନ ଧରି ଚାଲିବ।