କରୋନା ବିରୋଧରେ ଲଢ଼େଇ ପାଇଁ ଗାଙ୍ଗୁଲିଙ୍କ ବଡ଼ ଘୋଷଣା

କୋଲକାତା: ଭାରତର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନାଭାଇରସ୍ ବିରୋଧରେ ଲଢ଼ିବା ପାଇଁ ଦେଶବାସୀଙ୍କୁ ଲକଡାଉନର ଆଦେଶ ପାଳନ କରିବା ସହ ଏହି ସମୟରେ ସମସ୍ତଙ୍କୁ ଘରେ ରହିବାକୁ ଅପିଲ୍ କରିଛନ୍ତି। ତେବେ ଏହି ମହାମାରୀରୁ ରକ୍ଷା ପାଇଁ ଗାଙ୍ଗୁଲି ବଡ଼ ସହାୟତାର ଘୋଷଣା କରିଛନ୍ତି।

ଗାଙ୍ଗୁଲି କହିଛନ୍ତି, କୋଭିଡ୍‌-୧୯ ବିରୋଧରେ ଲଢ଼ିବା ପାଇଁ ସମସ୍ତେ ଏକଜୁଟ୍ ହେବା ଦରକାର। ବର୍ତ୍ତମାନ ଯାହା ଆବଶ୍ୟକ ପଡ଼ିବ, ତାହା ଆମେ କରିବୁ। କୋଭିଡ୍‌-୧୯ କ୍ୱାରେଣ୍ଟାଇନ୍ ପାଇଁ ଇଡେନ୍ ଗାର୍ଡେନ୍ସର ଆବଶ୍ୟକତା ପଡ଼େ, ତାହେଲେ ସରକାର ଏହାକୁ ବ୍ୟବହାର କରିପାରିବେ। ଆମକୁ ଏଥିରେ କୌଣସି ଅସୁବିଧା ନାହିଁ। କିଛି ଜିନିଷ ଆମ ନିୟନ୍ତ୍ରଣରେ ନଥାଏ। ବର୍ତ୍ତମାନ ସମୟରେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଏକମାତ୍ର ଉତ୍ତମ ଉପାୟ।

ଆହୁରି ପଢ଼ନ୍ତୁ

କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ଟ୍ୱିଟକୁ ଶେଆର୍ କରିଛି। ସେହିପରି ଗାଙ୍ଗୁଲି ସରକାରଙ୍କୁ ସହାୟତାର ହାତ ମଧ୍ୟ ବଢ଼ାଇଛନ୍ତି। ଗାଙ୍ଗୁଲି ଅସହାୟଙ୍କୁ ୫୦ଲକ୍ଷ ଟଙ୍କାର ଚାଉଳ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି) ପକ୍ଷରୁ କୁହାଯାଇଛି, ଗାଙ୍ଗୁଲି ଲାଲ ବାବା ଚାଉଳ ସହ ମିଶି ସେହି ଅସହାୟ ବ୍ୟକ୍ତିଙ୍କୁ ଚାଉଳ ଦେଇ ସହାୟତା କରିବେ, ଯେଉଁମାନଙ୍କୁ ସୁରକ୍ଷା କାରଣରୁ ସରକାରୀ ସ୍କୁଲରେ ରଖାଯାଇଛି।

ଗାଙ୍ଗୁଲିଙ୍କ ଏହି ପ୍ରୟାସ ଦ୍ୱାରା ଅନ୍ୟ ନାଗରିକଙ୍କୁ ମଧ୍ୟ ବେଙ୍ଗଲରେ ଲୋକଙ୍କୁ ସହାୟତା କରିବା ପାଇଁ ପ୍ରେରଣା ଯୋଗାଇବ। ଏହା ପୂର୍ବରୁ ସିଏବି କରୋନାଭାଇରସକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ସରକାରଙ୍କୁ ୨୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ସିଏବିର ଅଧ୍ୟକ୍ଷ ଅଭିଷେକ ଡାଲମିଆ ନିଜ ତରଫରୁ ରାଜ୍ୟ ସରକାରଙ୍କ ରିଲିଫ୍ ଫଣ୍ଡକୁ ୫ଲକ୍ଷ ଟଙ୍କା ସହାୟତା କରିବା ନେଇ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱରେ ୧୯ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିବା ବେଳେ ୪ଲକ୍ଷରୁ ଅଧିକ ଲୋକେ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦୦ରୁ ଅଧିକରେ ପହଞ୍ଚିସାରିଛି। ଦେଶରେ ପରିସ୍ଥିତି ଅଧିକ ଜଟିଳ ହେବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂରା ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି।



[ad_2]

Exit mobile version