କରୋନା ବିପତ୍ତି ମଧ୍ୟରେ ଏହି ଦେଶରେ ଚାଲିଛି ଫୁଟବଲ ମ୍ୟାଚ୍‌

ମିନସ୍କ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ବିଶେଷ କରି ୟୁରୋପରେ କରୋନା ଯୋଗୁ ମୃତ୍ୟୁର ବିଭୀଷିକା ଦେଖିବାକୁ ମିଳିଛି। ବିଶ୍ୱରେ ଏଯାଏ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ କେବଳ ୮୦% ଜୀବନ ୟୁରୋପରେ ଯାଇଛି। ଏହାକୁ ଦେଖି ଅନେକ ବଡ଼ ବଡ଼ ସ୍ପୋର୍ଟସ ଇଭେଣ୍ଟ ବନ୍ଦ ରହିଛି।

ଆହୁରି ପଢ଼ନ୍ତୁ

ହେଲେ ୟୁରୋପର ବେଲାରୁସରେ କରୋନା ବିପତ୍ତି ମଧ୍ୟରେ ଫୁଟବଲ ମ୍ୟାଚ ଜାରି ରହିଛି। ବେଲାରୁସର ଗ୍ରୋଣ୍ଡନଓ ଠାରେ ଏଫସି ନେମାନ ଗ୍ରୋଣ୍ଡନଓ ଏବଂ ବେଲଶିନା ବୋବ୍ରୁସିକ ମଧ୍ୟରେ ଶୁକ୍ରବାର ମ୍ୟାଚ୍‌ ହୋଇଥିଲା। କରୋନା ଭୟରେ ବହୁତ କମ ସଂଖ୍ୟକ ଲୋକ ଷ୍ଟାଡିୟମକୁ ଆସିଥିଲେ। ତଥାପି ମ୍ୟାଚ୍‌ ହୋଇଥିଲା।

ଗତବର୍ଷ ନେମାନର ମ୍ୟାଚ୍‌ରେ ୧୫ଶହରୁ ଅଧିକ ଲୋକ ଷ୍ଟାଡିୟମକୁ ଆସିଥିଲେ। ହେଲେ ଗତକାଲିର ମ୍ୟାଚ୍‌ରେ ମାତ୍ର ୨୫୩ ଜଣ ଲୋକ ମ୍ୟାଚ ଦେଖିଥିଲେ। ବେଲାରୁସରେ ୨୨୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ପ୍ରାଣ ହରାଇଥିଲେ। ତେଣୁ ଏସବୁ ଭିତରେ ଫୁଟବଲ ମ୍ୟାଚ୍‌ ଅନୁଷ୍ଠିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

[ad_2]
Exit mobile version