ରାଜ୍ୟ

ସୌମ୍ୟା ମିଶ୍ର ଅଗ୍ନିଶମ ଅତିରିକ୍ତ ଡିଜି

ଭୁବନେଶ୍ୱର (ସତ୍ୟଶିଖା): ତେଲେଙ୍ଗାନା କ୍ୟାଡ଼ର ଆଇପିଏସ୍ ଡଃ ସୌମ୍ୟା ମିଶ୍ରଙ୍କୁ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଅତିରିକ୍ତ ଡିଜି ଭାବେ ନିଯୁକ୍ତି ମିଳିଛି। ଡଃ ସୌମ୍ୟା ମିଶ୍ର କ୍ୟାଡ଼ର ଡେପୁଟେସନରେ ଓଡ଼ିଶା ଆସିବା ପରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଥମ ମହିଳା ଆଇପିଏସ୍ ଅଫିସର ଡଃ ମିଶ୍ର କଟକରେ ଜନ୍ମିତ। ସେ ସୋସିଓଲୋଜିରେ ପିଏଚଡି କରିଥିବା ବେଳେ ପୁଲିସ ମ୍ୟାନେଜମେଣ୍ଟରେ ଏମଏ ଡିଗ୍ରୀ ହାସଲ କରିଛନ୍ତି। ସେ ହାଇଦ୍ରାବାଦରେ ତେଲେଙ୍ଗାନା ପୁଲିସର କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟରେ କାର୍ଯ୍ୟ କରୁଥିଲେ।
ସୂଚନାଯୋଗ୍ୟ, ଆଇପିଏସ୍ ସୁନୀଲ ରଏଙ୍କ ଅବସର ଯୋଗୁ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଆଇପିଏସ ସତ୍ୟଜିତ୍ ମହାନ୍ତିଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ମେ’ ୩୦ତାରିଖରେ ନ୍ୟସ୍ତ ହୋଇଛି। ଶ୍ରୀ ମହାନ୍ତି ଏବେ ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ଅଛନ୍ତି।

[ad_2]
Show More
Back to top button