ଦେଶ

କରୋନା ପାଇଁ ସହରଗୁଡ଼ିକୁ ବନ୍ଦ କରିବାକୁ ପି ଚିଦାମ୍ବରମଙ୍କ ଅନୁରୋଧ

ନୂଆଦିଲ୍ଲୀ: କରୋନା ବ୍ୟାପୁଥିବାରୁ ଦେଶର ସମସ୍ତ ସହରଗୁଡ଼ିକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଅନୁରୋଧ କରିଛନ୍ତି। ଦେଶର ପୂର୍ବତନ ଗୃହମନ୍ତ୍ରୀ ଚିଦାମ୍ବରମ ଏ ସମ୍ପର୍କରେ ଟ୍ୱିଟ କରିବା ବେଳେ ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ବୟାନକୁ ମଧ୍ୟ ଉଲ୍ଲେଖ କରିଛନ୍ତି।

ଚିଦାମ୍ବରମ ଟ୍ୱିଟ କରି କହିଛନ୍ତି ଯେ “ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଗତକାଲି ଦେଇଥିବା ବୟାନ ପରେ ଆମ ଦେଶର ସହର ଗୁଡ଼ିକୁ ଆସନ୍ତା ୨ରୁ ୪ ସପ୍ତାହ ଯାଏ ସଂପୂର୍ଣ୍ଣ ଲକ ଡାଉନ୍‌ କରିବା ପାଇଁ ସରକାର ଆଦୌ ପଛଘୁଞ୍ଚା ଦେବା କଥା ନୁହେଁ। ତୁରନ୍ତ ସହରର ଗୁଡ଼ିକ ସଂପୂର୍ଣ୍ଣ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେବା ଦରକାର।

ଆହୁରି ପଢ଼ନ୍ତୁ

ଇଟାଲୀ, ଇରାନ ଓ ସ୍ପେନରେ କ’ଣ ଘଟୁଛି ସେକଥା ଆମେ ନିଜ ଆଖିରେ ଦେଖୁଛୁ। ଏହା ସତ୍ତ୍ୱେ କାହିଁକି ସରକାର ଲକ ଡାଉନ ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି? ଯେଉଁ ରାଜ୍ୟଗୁଡ଼ିକ କେନ୍ଦ୍ର ଠାରୁ କରୋନା ଭାଇରସ ମୁକାବିଲା କରିବାରେ ଆଗରେ ରହିଛନ୍ତି, ସେମାନେ ତୁରନ୍ତ ନିଜ ନିଜର ସହରଗୁଡ଼ିକୁ ବନ୍ଦ କରିଦିଅନ୍ତୁ।

ଆଇସିଏମଆର ପକ୍ଷରୁ ଲୋକଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏବେ ବି ଷ୍ଟେଜ ୩ ସ୍ଥିତି ଭାରତରେ ଉପୁଜି ନାହିଁ। ତେଣୁ ବର୍ତ୍ତମାନ ସମୟରେ ହିଁ ଅସ୍ଥାୟୀ ଭାବେ ସହର ଗୁଡ଼ିକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ସହ ଷ୍ଟେଜ-୨ରୁ ହିଁ କରୋନା ଭାଇରସକୁ ଦୂରେଇ ଦେବା ଦରକାର।”

ଗତକାଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଥିଲା ଯେ ବିଭିନ୍ନ ଦେଶର ସରକାରମାନେ ଆଇସୋଲେସନ, ଟେଷ୍ଟ, ଚିକିତ୍ସା ଓ ଚିହ୍ନଟ ପରୀକ୍ଷାକୁ ଅଧିକ ତ୍ୱରାନ୍ୱିତ କରିବା ଦରକାର।



[ad_2]

Show More
Back to top button