‘କରୋନା’ ପାଇଁ ରାଜଧାନୀର ଦୁଇ ଘରୋଇ ହସ୍ପିଟାଲ୍‌ ସହ ଏମ୍‌ଓୟୁ

ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’ ମୁକାବିଲା ନେଇ ଘରୋଇ ମେଡିକାଲ ସହ ଏମ୍‌ଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର। ଏଥିପାଇଁ ଭୁବନେଶ୍ୱରରେ ଥିବା କିମ୍‌ସ ଓ ସମ୍‌ ହସ୍ପିଟାଲ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ‘କରୋନା’ ମୁକାବିଲା ପାଇଁ ସମ୍‌ରେ ୫୦୦ ଶଯ୍ୟା ଓ ୨୦ ICU ବ୍ୟବସ୍ଥା କରାଯିବ। ସେହିପରି କିମ୍‌ସରେ ୪୫୦ ଶଯ୍ୟାର କୋଭିଡ୍‌ ୱାର୍ଡ ପାଇଁ ଏମ୍‌ଓୟୁ ସ୍ୱାକ୍ଷର କରିବ।

ଆହୁରି ପଢ଼ନ୍ତୁ

‘କରୋନା’ ବର୍ତ୍ତମାନ ସୁଦ୍ଧା ଭାରତରୁ ୧୩ ଜୀବନ ନେଇଛି। ୬୦୦ରୁ ଅଧିକ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଛନ୍ତି। ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଦିନକୁ ଦିନ ରୋଗୀଙ୍କ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପରିକି ଘରୁ ନବାହାରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

 

[ad_2]
Exit mobile version