ଖେଳ

କରୋନା ପାଇଁ ବିରୁଷ୍କାଙ୍କ ସଚେତନତା ବାର୍ତ୍ତା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସାରା ଦୁନିଆ ଚିନ୍ତିତ। ଏଭଳି ଏକ କଠିନ ସମୟରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ଅନେକ ସେଲିବ୍ରିଟି ଅଣ୍ଟା ଭିଡିଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା। ଉଭୟ ବିରାଟ୍ ଓ ଅନୁଷ୍କା ଟ୍ୱିଟରରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ସେମାନେ କୋଭିଡ୍‌-୧୯ ମହାମାରୀରୁ ଦୂରେଇ ରହିବ ପାଇଁ ପରାମର୍ଶ ଦେଇଛନ୍ତି।

କୋହଲି କହିଛନ୍ତି, ଆମେ ସମସ୍ତେ ଜାଣିଛୁ ଯେ ଏହା ଏକ କଠିନ ସମୟ। ଏହି କରୋନା ଭାଇରସ୍ ବ୍ୟାପିବାରୁ ରୋକିବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ। ଆମେ ନିଜର ଏବଂ ଅନ୍ୟର ସୁରକ୍ଷା ପାଇଁ ଘରେ ରହୁଛୁ। ଆପଣମାନେ ମଧ୍ୟ ଠିକ୍ ସେୟା କରନ୍ତୁ। ସେହିପରି ଏହି ଭିଡିଓରେ ଅନୁଷ୍କା କହିଛନ୍ତି, ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ମାର୍ଚ୍ଚ ୨୨ ତାରିଖ ଅର୍ଥାତ୍ ରବିବାରକୁ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଅନୁରୋଧ କରିଛନ୍ତି। ମୋଦି ଅପିଲ୍ କରିଛନ୍ତି, ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆବଶ୍ୟକ ନଥିଲେ କୌଣସି ନାଗରିକ ଘରୁ ବାହାରକୁ ନବାହାରନ୍ତୁ। ତାଙ୍କର ଏହି ଅନୁରୋଧକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ୨ଲକ୍ଷରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୧୦ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ସେହିପରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଥିବା ବେଳେ ଏଥିରେ ୪ଜଣ ପ୍ରାଣ ହରାଇଛନ୍ତି।



[ad_2]

Show More
Back to top button