କରୋନା ପାଇଁ ବଜରଙ୍ଗବଲୀଙ୍କ ଶରଣରେ ସେହ୍ୱାଗ


ନୂଆଦିଲ୍ଲୀ: କରୋନା ଭାଇରସ୍ କବଳରୁ ରକ୍ଷା ପାଇବା ପାଇଁ ଏବେ ବଜରଙ୍ଗବଲୀ ଅର୍ଥାତ୍ ଭଗବାନ ହନୁମାନଙ୍କ ଶରଣ ପଶିଛନ୍ତି ଭାରତର ପୂର୍ବତନ ବିସ୍ଫୋରକ ଓପ୍ନର ବୀରେନ୍ଦ୍ର ସେହ୍ୱାଗ। ଆଗକୁ ‘ହନୁମାନ ଜୟନ୍ତ’ ଥିବାରୁ ସେହ୍ୱାଗ ନିଜର ଟ୍ୱିଟର୍ ଆକାଉଣ୍ଟରେ ଏକ ଖାସ୍ ଭିଡିଓ ଅପଲୋଡ୍ କରିଛନ୍ତି। ସେ ହନୁମାନ ଚାଳିଶା ଗାନ କରି ଦେଶବାସୀଙ୍କୁ ‘ହନୁମାନ ଜୟନ୍ତୀ’ର ଶୁଭେଚ୍ଛା ସହ ଭଗବାନ ହନୁମାନଙ୍କୁ କରୋନା ଭଳି ମାରାତ୍ମକ ଭାଇରସର ଅନ୍ତ କରିବାକୁ ଗୁହାରୀ କରିଛନ୍ତି।
Bhole Ke Bhakt, Hanuman ji Ke Chele ,
Sab kuch Jeet lenge Akele.Sankat Katai Mite Sab Peeda, Jo Sumire Hanumat Balbeera !
Jai Bajrangbali !
#HanumanJanamUtsav ki hardik shubhkamnayein pic.twitter.com/bIlVOUvShk— Virender Sehwag (@virendersehwag) April 8, 2020
ଆହୁରି ପଢ଼ନ୍ତୁ
ସେହ୍ୱାଗ ନିଜର ଚିରାଚରିତ ଢଙ୍ଗରେ ହନୁମାନ ଚାଳିଶା ଗାନ କରିଛନ୍ତି । ସେହ୍ୱାଗ ଗାଇଛନ୍ତି, “ଜୟ ହନୁମାନ ଜ୍ଞାନ ଗୁଣ ସାଗର, ଜୟ କପିସ ତିହୁଁ ଲୋକ ଉଜାଗର, ରାମଦୂତ ଅତୁଲିତ ବଲଧାମା, ଅଞ୍ଜନୀ ପୁତ୍ର ପବନସୂତ ନାମା…।” ଏହା ପରେ ସେ କହିଛନ୍ତି, ‘ମୋ ତରଫରୁ ସମସ୍ତଙ୍କୁ ‘ହନୁମାନ ଜୟନ୍ତୀ’ ମହୋତ୍ସବର ହାର୍ଦ୍ଦିକ ଶୁଭକାମନା। ବୀରୁ କରୋନାର ଅନ୍ତ ନେଇ ଅପିଲ୍ କରି କହିଛନ୍ତି, “ଜୟ ବଜରଙ୍ଗବଲୀ, ତୋଡ଼ ଦେ କରୋନା କି ନଲୀ…।”
ଭାରତ ପକ୍ଷରୁ ସର୍ବାଧିକ ଦୁଇଟି ତ୍ରିଶତକ ମାରିଥିବା ସେହ୍ୱାଗ ଟ୍ୱିଟରର କ୍ୟାପସନରେ ଲେଖିଛନ୍ତି, “ଭୋଲେ କେ ଭକ୍ତ, ହନୁମାନ ଜି କି ଚେଲେ, ସବ୍ କୁଛ୍ ଜିତ୍ ଲେଙ୍ଗେ ଅକେଲେ… ସଙ୍କଟ କଟେ ମିଟେ ସବ୍ ପୀଡ଼ା, ଜୋ ସୁମିରେ ହନୁମତ ବଲବୀରା… ଜୟ ବଜରଙ୍ଗବଲୀ…।” ବୀରୁଙ୍କ ଏହି ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି। କ୍ରିକେଟପ୍ରେମୀ ତାଙ୍କର ଏହି ଟ୍ୱିଟର ଜବାବରେ ଜୟ ଶ୍ରୀରାମ ଏବଂ ଜୟ ହନୁମାନ ଲେଖିଛନ୍ତି।
[ad_2]