ଖେଳ

କରୋନା ପାଇଁ ପୂଜାରାଙ୍କ କାଉଣ୍ଟି ଚୁକ୍ତି ବାତିଲ୍‌

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଗ୍ଲୁସେଷ୍ଟରଶାୟର ସହ କାଉଣ୍ଟି ଚାମ୍ପିୟନଶିପର ପ୍ରଥମ ୬ଟି ମ୍ୟାଚ୍ ପାଇଁ ଚୁକ୍ତି କୋଭିଡ୍‌-୧୯ ମହାମାରୀ ଯୋଗୁ ବାତିଲ୍ ହୋଇଛି। ଏ ନେଇ ଗ୍ଲୁସେଷ୍ଟରଶାୟର ପକ୍ଷରୁ କୁହାଯାଇଛି, ବୈଷୟିକ ସ୍ୱାସ୍ଥ୍ୟ ସଙ୍କଟକୁ ଆଖି ଆଗରେ ରଖି ଏହି ଚୁକ୍ତି ଏବେ ବାତିଲ୍ ହୋଇଛି, ଯେଉଁକାରଣରୁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମେ’ ୨୮ତାରିଖ ପର୍ଯ୍ୟନ୍ତ ସମସ୍ତ ପେସାଦାର କ୍ରିକେଟକୁ ସସପେଣ୍ଡ୍ କରିଦେଇଛି।

ଆହୁରି ପଢ଼ନ୍ତୁ

କ୍ଲବ୍ ପକ୍ଷରୁ ଆହୁରି କୁହାଯାଇଛି, ଆମକୁ ଏବେ ୨୦୨୦ ସିଜନରେ ଗ୍ଲୁସେଷ୍ଟରଶାୟର୍ ପାଇଁ ଚେତେଶ୍ୱର ପୂଜାରାଙ୍କୁ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ। ସମସ୍ତ ଜାଣନ୍ତି ଯେ ଚଳିତ ବର୍ଷ ମେ’ ମାସ ସୁଦ୍ଧା କୌଣସି କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହେବ ନାହିଁ। କୋଭିଡ୍‌-୧୯ ମହାମାରୀ ଯେଉଁଭଳି ଭାବେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଆମକୁ କ୍ରିକେଟ୍ ବଦଳରେ ମାନବଜାତିର ସୁରକ୍ଷା କଥା ଚିନ୍ତା କରିବା ଦରକାର।

ସୂଚନାଯୋଗ୍ୟ, କାଉଣ୍ଟି ଚାମ୍ପିୟନଶିପର ପ୍ରଥମ ସିଜନ୍ ଚଳିତମାସ ୧୨ ତାରିଖରୁ ଆରମ୍ଭ ହେବା ପାଇଁ ସ୍ଥିର ହୋଇଥିଲା। ପୂଜାରା ଏହା ପୂର୍ବରୁ ଇଂଲଣ୍ଡରେ ଡର୍ବିଶାୟର୍‌, ୟର୍କଶାୟର୍‌, ନଟ୍ଟିଂହାମ୍ପଶାୟର ପକ୍ଷରୁ ଖେଳିସାରିଛନ୍ତି।

[ad_2]
Show More
Back to top button