ରାଜ୍ୟ

ମାସ୍କ କିମ୍ୱା ରୁମାଲ୍‌ ନବାନ୍ଧିଲେ ୧୦୦୦ ଟଙ୍କା ଫାଇନ୍‌

ବ୍ରହ୍ମପୁର(ସତ୍ୟଶିଖା): ‘କରୋନା’ ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଠୋର ହୋଇଛି। ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

ଆହୁରି ପଢ଼ନ୍ତୁ

‘କରୋନା’ର ଭୟାବହତା ଦେଖି ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଅପିଲ୍‌ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍‌କୁ ଗଞ୍ଜାମ ଜିଲ୍ଲାର କେତେକ ଲୋକ ମାନୁନାହାନ୍ତି। ସେମାନେ ଖୋଲମ୍‌ଖୋଲା ବାହାରେ ବୁଲୁଥିବା ଓ ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଏପରିକି ହାଟ ଓ ଦୋକାନରେ ସମଦୂରତା ଅବମ୍ୱନ କରାଯାଉନି। ବଜାରକୁ ଆସୁଥିବା ଲୋକମାନେ ମୁହଁରେ ମୁସ୍କ କିମ୍ୱା ରୁମାଲ୍‌ ବାନ୍ଧୁନଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ଏପରି ଚିତ୍ର ଦେଖିବା ପରେ ଜିଲ୍ଲାପାଳ କଠୋର ହୋଇଛନ୍ତି। ମୁହଁରେ ମାସ୍କ କିମ୍ବା ରୁମାଲ ନବାନ୍ଧିଲେ ଫାଇନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ନମାନିଲେ ସହରାଞ୍ଚଳରେ ୧୦୦୦ ଟଙ୍କା ଓ ଗ୍ରାମାଞ୍ଚଳରେ ୫୦୦ ଟଙ୍କା ଜୋରିମାନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଯେଉଁମାନେ ବିନା କାରଣରେ ବାହାରେ ବୁଲୁଛନ୍ତି, ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

[ad_2]
Show More
Back to top button