କରୋନା ପାଇଁ ଗାଁରେ ମିଳିବ ମଧୁବାବୁ ପେନସନ୍

ଭୁବନେଶ୍ୱର (ସତ୍ୟଶିଖା): ବର୍ତ୍ତମାନ ସାରା ବିଶ୍ୱ କରୋନା ପରି ମହାମାରୀର ମୁକାବିଲା କରୁଛି। ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ପାଇଁ ଗାଁ ସ୍ତରରେ ମଧୁବାବୁ ପେନସନ୍ ମିଳିବ। ପଞ୍ଚାୟତ ବଦଳରେ ଏଥର ଗାଁ ସ୍ତରରେ ଏହି ପେନସନ୍ ଦିଆଯିବ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସେ ଆହୁରି କହିଛନ୍ତି ଯେ ମାର୍ଚ୍ଚ ୨୨ରୁ ୨୩ ତାରିଖ ମଧ୍ୟରେ ଏହି ପେନ୍‌ସନ୍ ଟଙ୍କା ଦିଆଯିବ।

ସୂଚନାଯୋଗ୍ୟ, କରୋନା ପାଇଁ ଚାରିମାସର ଆଗୁଆ ଭତ୍ତା ଦିଆଯିବ ବୋଲି ମାର୍ଚ୍ଚ ୧୭ ତାରିଖରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଥିଲେ। ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସ ପାଇଁ ଆଗୁଆ ଭତ୍ତା ଦିଆଯିବ ବୋଲି ସେ କହିଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

[ad_2]
Exit mobile version