ରାଜ୍ୟ
କରୋନା ପାଇଁ ଖାଁ ଖାଁ ଗାଁ; ରାସ୍ତାରେ ଦୌଡ଼ିଲା ହରିଣ


କେନ୍ଦୁଝର(ପ୍ରଣୟ ପାଣି): କରୋନା ପାଇଁ ଗାଁଠୁ ସହର ସବୁଠି ରାସ୍ତାଘାଟ ଶୂନଶାନ୍ ହୋଇପଡ଼ିଛି। ଅତି ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି। ଏଥିସହ ଅନେକ ଗାଁର ପ୍ରବେଶ ପଥକୁ ମଧ୍ୟ ଲୋକେ ବନ୍ଦ କରିଦେଇଛନ୍ତି। ଯାହାଫଳରେ ସବୁଠି ଜନଶୂନ୍ୟ ହୋଇପଡ଼ିଛି।
ଆହୁରି ପଢ଼ନ୍ତୁ
ଆଉ ଏହି ଶୂନଶାନ୍ ପରିବେଶକୁ ଦେଖି କେନ୍ଦୁଝର ସଦର ରେଞ୍ଜ ମଶିଣା ବିଲା ଗାଁରେ ଆଜି ଏକ ହରିଣ ଦୌଡୁଥିବା ଦେଖିବାକୁ ମିଳିଥିଲା। ହରିଣଟି ନିକଟ ଜଙ୍ଗଲରୁ ଗାଁକୁ ପଳାଇ ଆସିଥିଲା।
ଗାଁ ଲୋକେ ହରିଣକୁ ଧରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଗାଁ ଲୋକେ ହରିଣଟିକୁ ହସ୍ତାନ୍ତର କରିଥିଲେ।






