ଦେଶ

କରୋନା ପାଇଁ ଏହି ଦେଶରେ ଲାଗିଲା କର୍ଫ୍ୟୁ

କଲମ୍ବୋ: କରୋନା ଭାଇରସର ମୁକାବିଲା ପାଇଁ ଏବେଠାରୁ ଶ୍ରୀଲଙ୍କା ପ୍ରଶାସନ ଅଣ୍ଟା ଭିଡ଼ିଛି। ଏଯାଏ ଶ୍ରୀଲଙ୍କାରେ କରୋନା ଯୋଗୁ କେହି ବି ପ୍ରାଣ ହରାଇ ନାହାନ୍ତି। କେବଳ ୬୫ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ମଧ୍ୟ ହୋଇ ଘରକୁ ଫେରିଛନ୍ତି। ତଥାପି ଏବେ ଠାରୁ ପ୍ରଶାସନ ଦେଶରେ କଟକଣା ଲଗାଇବା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ

ସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଆଜିଠାରୁ ସୋମବାର ଯାଏ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି। ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷେଙ୍କ ଅଫିସ ପକ୍ଷରୁ ଏଭଳି କର୍ଫ୍ୟୁ ସମ୍ପର୍କରେ ଘୋଷଣା କରାଯାଇଛି। ଏପ୍ରିଲ ୨୫ରେ ଶ୍ରୀଲଙ୍କାରେ ସଂସଦୀୟ ନିର୍ବାଚନ ହେବାର ଥିଲା। ହେଲେ ଗତକାଲି କରୋନାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା। ମାର୍ଚ୍ଚ ୨୫ ପରେ ନିର୍ବାଚନ କେବେ ହେବ, ତା’ର ନିଷ୍ପତ୍ତି ନିଆଯିବ।

ଅନ୍ୟପକ୍ଷରେ ଆମେରିକାର କାଲିଫର୍ଣ୍ଣିଆରେ ଲକ ଡାଉନ ଘୋଷଣା କରାଯାଇଛି। ଏହି କାରଣରୁ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସେହିପରି ଲୋକମାନେ ଲକ ଡାଉନ୍‌ ସମୟରେ ପଦାକୁ ବାହାରି ପାରିବେ ନାହିଁ। ସମସ୍ତ ପ୍ରକାରର ରେଷ୍ଟୁରାଷ୍ଟ, ବାର, କ୍ଲବ ଓ ଜିମ ବନ୍ଦ ରହିବ।

[ad_2]
Show More
Back to top button