କରୋନା ପାଇଁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଶୋ’ ବାତିଲ କଲେ ରହମାନ୍


ମୁମ୍ବାଇ: କରୋନା ଯୋଗୁ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏ.ଆର୍ ରହମାନ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି। ଚଳିତ ବର୍ଷ ମେ’ ଓ ଜୁନ୍ ମାସରେ ଉତ୍ତର ଆମେରିକାରେ ତାଙ୍କର କିଛି କାର୍ଯ୍ୟକ୍ରମ ରହିଥିଲା। ଏଗୁଡ଼ିକୁ ସେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ବାତିଲ କରି ଦେଇଛନ୍ତି। ସେ ଟ୍ୱିଟ୍ କରି ଏ ବାବଦରେ ସୂଚନା ଦେଇଛନ୍ତି।
ଉତ୍ତର ଆମେରିକାର ଫ୍ୟାନ୍ମାନଙ୍କ ଉଦ୍ଦେଶ୍ୟରେ ରହମାନ କହିଛନ୍ତି, ସେତେବେଳେ ଆମେ ଏକାଠି ହେବା ଓ ସଂଗୀତର ଆଦାନପ୍ରଦାନ କରିବା। ମୁଁ ଏନେଇ ନିୟମିତ ବ୍ୟବଧାନରେ ଆପଣମାନଙ୍କୁ ଅପ୍ଡେଟ୍ କରିବି। ମୁଁ ସମସ୍ତଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇ ପ୍ରାର୍ଥନା କରୁଛି।
ସେ ଲେଖିଛନ୍ତି, “ସାରା ବିଶ୍ୱରେ ଥିବା ମୋର ବିଶ୍ୱସ୍ତ ଫ୍ୟାନ୍ମାନଙ୍କୁ ସଙ୍ଗୀତ ଦେବା ଛଡ଼ା ମୋ ପାଇଁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଦୁର୍ଭାଗ୍ୟବଶତଃ ଏହା ଏକ ସମୟ ଯେତେବେଳେ ଆମେ ଆମ ଘରେ ପରିବାର ଲୋକଙ୍କ ସହିତ ରହିବା ଉଚିତ୍। ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମ ସମସ୍ତଙ୍କୁ ଆମ ପରିବାର ସହିତ ଆମ ଘରେ ରହିବାକୁ ପଡିବ। ତେଣୁ ମୋ ପ୍ରଶଂସକ, ପରିବାର, ବ୍ୟାଣ୍ଡ ପାଇଁ ମୁଁ ଏହି ଗସ୍ତକୁ ବାତିଲ କରୁଛି।”
There is nothing more important to me than sharing my music with my loyal fans throughout the world. Unfortunately, this is a moment when we should be in our homes with our families. So with the health and welfare of you, my fans, my family & my band, #NorthAmericaTour2020 (1/2)
— A.R.Rahman (@arrahman) March 26, 2020
ଆହୁରି ପଢ଼ନ୍ତୁ
ରହମାନ କହିଛନ୍ତି ଯେ, ସେ ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପାଇଁ ପ୍ରାର୍ଥନା କରୁଛନ୍ତି.
I am postponing the May & June North American tour until next year. At that time we can come together to once again share our music and community. I will be sure to update you over time, and I am praying for everyone’s health and safety. #ARRLive #NorthAmericaTour2020 (2/2)
— A.R.Rahman (@arrahman) March 26, 2020
ସୂଚନାନୁଯାୟୀ, କରୋନା ପାଇଁ ଏହି ବର୍ଷ ଅନେକ କଳାକାର ସେମାନଙ୍କ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ବିଶ୍ୱ ମହାମାରୀ କରୋନା ଭୂତାଣୁ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଛି। କରୋନା ମୁକାବିଲା ପାଇଁ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ପୂରା ଦେଶ ଲକ୍ଡାଉନ୍ରେ ରହିବ।
[ad_2]