କରୋନା ପଜିଟିଭରେ ରେକର୍ଡ କଲା ତାମିଲନାଡୁ, ୧୯୨୭ ଆକ୍ରାନ୍ତ ଚିହ୍ନଟ

ଚେନ୍ନାଇ: ଦିନକୁ ଦିନ କରୋନା ଯୋଗୁ ତାମିଲନାଡୁ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଆଜି ରାଜ୍ୟରେ ପଜିଟିଭ ସଂଖ୍ୟା ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। କିଛି ଦିନ ହେଲା ୧୫ ଶହ ମଧ୍ୟରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଆଜି ପ୍ରାୟ ୨ ହଜାର ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧୯୨୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ତାମିଲନାଡୁରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୮୪୧ରେ ପହଞ୍ଚି ଯାଇଛି। କେବେ ହେଲେ ରାଜ୍ୟରେ ଏତେ ସଂଖ୍ୟକ ପଜିଟିଭ କେସ ସାମ୍ନାକୁ ଆସି ନଥିଲା।

ଆହୁରି ପଢ଼ନ୍ତୁ

ସେହିପରି କରୋନା ଗୋଟିଏ ଦିନରେ ୧୯ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨୬କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ୧୯୨୭ଟି ପଜିଟିଭ ମଧ୍ୟରୁ କେବଳ ଚେନ୍ନାଇରୁ ୧୩୯୦ ଜଣ ରହିଛନ୍ତି। ଫଳରେ ଚେନ୍ନାଇରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୯୩୭ ରହିଛି।

ତେବେ ଆଜି ୧୦୦୮ ଜଣ କରୋନା କବଳରୁ ମୁକ୍ତି ପାଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇଲେ, ଏଯାଏ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୯,୩୩୩ରେ ପହଞ୍ଚିଛି।

[ad_2]
Exit mobile version