ଦେଶ

କରୋନା ନେଲା ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କ ଜୀବନ

ଢାକା: ବାଂଲାଦେଶର ପ୍ରତିରକ୍ଷା ସଚିବ ଅବଦୁଲ୍ଲା ଅଲ ମୋହସିନ ଚୌଧୁରୀ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ପ୍ରଥମଥର ପାଇଁ ବିଶ୍ୱରେ କରୋନା କୌଣସି ଦେଶର ପ୍ରତିରକ୍ଷା ସଚିବଙ୍କ ମୁଣ୍ଡ ନେଇଛି।

କରୋନାରେ ଆକ୍ରାନ୍ତ ହେବା ପରେ ଅବଦୁଲ୍ଲାଙ୍କୁ ଢାକା ସ୍ଥିତ କମ୍ବାଇଡ ମିଲିଟାରୀ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ହେଲେ ଆଜି ସକାଳ ୯.୩୦ରେ ତାଙ୍କର ଦେହାନ୍ତ ହୋଇଥିବା ଅତିରିକ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ସେଲିନା ହକ୍‌ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ମେ’ ୨୯ରୁ ପ୍ରତିରକ୍ଷା ସଚିବ ଅବଦୁଲ୍ଲା କରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ୍‌ ୬ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଜୁନ୍‌ ୧୮ରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଆଜି ତାଙ୍କର ପରଲୋକ ଘଟିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button