କରୋନା ନେଲା ଗ୍ରାମୀ ପୁରସ୍କାର ବିଜେତା ଗାୟକଙ୍କ ଜୀବନ


ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ ବିଶ୍ୱ ମହାମାରୀ ନୋଭେଲ୍ କରୋନା ଭୂତାଣୁ ସହ ମହାସଂଗ୍ରାମ କରୁଛି। କୋଭିଡ୍-୧୯ ଯୋଗୁ ଗୋଟିଏ ପରେ ଗୋଟିଏ ଲୋକଙ୍କ ପ୍ରାଣ ଯାଉଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୪ ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ୮୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। କରୋନାର ସଂକ୍ରମଣ ବଡ଼ ବଡ଼ ସେଲେବ୍ରିଟିଙ୍କର ମଧ୍ୟ ଜୀବନ ନେଇସାରିଲାଣି। ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକାର ଲୋକପ୍ରିୟ ଗାୟକ ତଥା ଗୀତିକାର ଜନ୍ ପ୍ରାଇନ୍। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।
An update on John pic.twitter.com/fPQbv0tLyB
— John Prine (@JohnPrineMusic) March 29, 2020
ଜନ୍ଙ୍କ ପରିବାର ଏହି ଖବର ଆମେରକୀୟ ଗଣମାଧ୍ୟକୁ ପ୍ରକାଶ କରିଛି। ଏହା ପୂର୍ବରୁ ଜନ୍ କରୋନା ସଂକ୍ରମିତ ଥିବା ନେଇ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ୍ କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ପୂରା ହଲିଉଡରେ ଶୋକର ଛାୟା ଖେଳିଯାଇଛି। ବହୁ ସେଲେବ୍ରଟି ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ହଠାତ୍ କରୋନା ଲକ୍ଷଣ ଦେଖାଯିବା ପରେ ମାର୍ଚ୍ଚ ୨୬ ତାରିଖରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେ ୧୩ ଦିନ ଧରି ଆଇସିୟୁରେ ଥିଲେ।
ଆହୁରି ପଢ଼ନ୍ତୁ
RIP John Prine. The real deal. Great American singer/songwriter that found the heart and humor in even the darkest of human stories through song. Genius. Very heavy loss.
— marc maron (@marcmaron) April 8, 2020
ଜନ୍ ପ୍ରାଇନ୍ଙ୍କ ପ୍ରଥମ ଆଲବମ୍ ୧୯୭୧ରେ ରିଲିଜ୍ ହୋଇଥିଲା। ସେ ୨ ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ପାଇଥିଲେ।
Over here on E Street, we are crushed by the loss of John Prine. John and I were “New Dylans” together in the early 70s and he was never anything but the lovliest guy in the world. A true national treasure and a songwriter for the ages. We send our love and prayers to his family.
— Bruce Springsteen (@springsteen) April 8, 2020
ସୂଚନାଯୋଗ୍ୟ, ସେ ଦୁଇଥର କ୍ୟାନସର୍ରେ ପଡ଼ିଥିଲେ। ୧୯୯୬ରେ କର୍କଟ କାରଣରୁ ତାଙ୍କ ଗଳାର ଏକ ଅଂଶ ବାହାର କରାଯାଇଥିଲା। ଏହା ପରେ ସେ ପୁଣିଥରେ ସ୍ପିଚ୍ ଥେରାପି ଜରିଆରେ ପର୍ଫମ୍ କରିଥିଲେ। କିନ୍ତୁ ୨୦୧୩ରେ ସେ ଫୁସ୍ଫୁସ୍ କ୍ୟାନସର୍ରେ ପୀଡ଼ିତ ହୋଇଥିଲେ। ତେବେ ଚିକିତ୍ସା ପରେ ସେ ଠିକ୍ ହୋଇଯାଇଥିଲା। ଦୁଇ ଦୁଇଥର କ୍ୟାନସର୍ ଭଳି ପ୍ରାଣଘାତୀ ରୋଗକୁ ମାତ୍ ଦେଇଥିବା ଜନ୍ କିନ୍ତୁ କରୋନା ଯୁଦ୍ଧରେ ହାରିଗଲେ।
[ad_2]