ରାଜ୍ୟ

କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ  କରୋନା ନେଲା ଆଉ ୨ ଜୀବନ। ଫଳରେ ରାଜ୍ୟରେ ଏ ଯାବତ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଦ୍ୱୟ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅନୁଗୋଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି। ଅନୁଗୁଳରେ ଏହା ପ୍ରଥମ କରୋନାଜନିତ ମୃତ୍ୟୁ  ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଲା।

ଆହୁରି ପଢ଼ନ୍ତୁ

ଗଞ୍ଜାମରେ କରୋନା ଯୋଗୁ ଆଖି ବୁଜିଥିବା ବ୍ୟକ୍ତିଙ୍କ ବୟସ ୪୯ ବର୍ଷ ହୋଇଥିବା ବେଳେ ଅନୁଗୁଳରେ ମୃତକଙ୍କ ବୟସ ୫୭ ବର୍ଷ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ ଛୁଇଁଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ କି ୨୧୫୭ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହାବ୍ୟତୀତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button