ମୁମ୍ବାଇ: ପ୍ରଯୋଜକ କରିମ୍ ମୋରାନୀଙ୍କ ଝିଅ ତଥା ଅଭିନେତ୍ରୀ ଜୋଆ ମୋରାନିଙ୍କ ଭଉଣୀ ଶଜା ମୋରାନି କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେପଟେ ଜୋଆଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିବା ପରେ ଗତକାଲି ସେ ମଧ୍ୟ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି।
ଆହୁରି ପଢ଼ନ୍ତୁ
ସୂଚନା ଯେ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଶ୍ରୀଲଙ୍କାରୁ ଭାରତ ଫେରିଥିଲେ ଶଜା। ହେଲେ ସେତେବେଳେ ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯାଇ ନ ଥିଲା। କିନ୍ତୁ ଅପ୍ରେଲ୍ ୭ତାରିଖରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ, ଯେଉଁଠାରେ ସେ କରୋନା ଭୂତାଣୁ ସଂକ୍ରମିତ ବୋଲି ଜଣାପଡ଼ିଥିଲା।
ହସ୍ପିଟାଲରୁ ଡିସଚାର୍ଜ ପରେ ଶଜାଙ୍କୁ ଆଗାମୀ ୧୪ଦିନ ଯାଏଁ ଘରେ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ପ୍ରକାଶଯୋଗ୍ୟ, ଶଜା ହସ୍ପିଟାଲରେ ଭର୍ତ୍ତି ହେବା ପରେ ଭଉଣୀ ଜୋଆ ଏବଂ ବାପା କରିିମ୍ ମୋରାନି ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା। ଡାକ୍ତରଖାନାରୁ ଫେରିବା ପରେ ଶଜା ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ସେ ପୂରାପୂରି ଥକି ଯାଇଛନ୍ତି ଏବଂ ତାଙ୍କ ମନରେ ବିଭିନ୍ନ ପ୍ରକାରର କଥା ଚାଲିଛି। କିନ୍ତୁ ସେ ଶୋଇ ପାରୁନାହାନ୍ତି।
[ad_2]