ଦେଶ

କରୋନା ନେଇ ବିଶେଷଜ୍ଞଙ୍କ ମତ : ଭାରତ ପାଇଁ ଆସନ୍ତା ୧୫ ଦିନ ଘଡ଼ିସନ୍ଧି ମୁହୂର୍ତ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏଯାଏ ଭାରତରରେ ୧୩୭ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ଭାଇରସକୁ ରୋକିବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।

ସମସ୍ତେ ଆକ୍ସନ ମୋଡରେ ରହିଛନ୍ତି। ତଥାପି ଆସନ୍ତା ୧୫ ଦିନ ହିଁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୧୫ ଦିନ ମଧ୍ୟରେ କରୋନା ଭାରତରେ କ’ଣ ସବୁ କ୍ଷତି ଘଟାଇବ, ତାହା ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ଭାରତ କରୋନା ବା କୋଭିଡ୍-୧୯ର ଷ୍ଟେଜ-୨ରେ ରହିଛି। ଏହାର ଅର୍ଥ କରୋନା ସଂକ୍ରମିତ ଦେଶରୁ ଭାରତ ଆସିଥିବା ଲୋକଙ୍କ ଠାରେ ହିଁ କରୋନା ଭୂତାଣୁ ଠାବ ହୋଇଛି। ସେହିପରି ଏହି ବିଦେଶୀ ଫେରନ୍ତାଙ୍କ ସଂଶ୍ପର୍ସରେ ଆସିଥିବା କିଛି ଲୋକ ଠାରେ ଭୂତାଣୁ ରହିଛି।

ଭାରତ ଦ୍ୱିତୀୟ ଷ୍ଟେଜରେ ଥିଲେ ହେଁ ତୃତୀୟ ଷ୍ଟେଜ ବେଶୀ ଦୂର ନୁହେଁ। ତୃତୀୟ ଷ୍ଟେଜରେ ଭାରତରେ ରହୁଥିବା ସଂକ୍ରମିତ ଲୋକଙ୍କ ଠାରୁ ଏହା ଅନ୍ୟମାନଙ୍କୁ ଡେଇଁପାରେ। ଚାଇନା ଓ ଇଟାଲୀରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହି ଦେଶରେ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣଙ୍କୁ କରୋନା ଡେଇଁବାରେ ଲାଗିଛି।

ଯଦି ଏବେଠାରୁ ବିଦେଶ ଫେରନ୍ତାଙ୍କ ଶରୀରରେ ଥିବା କାରୋନା ଭାଇରସକୁ ରୋକା ଯାଇ ପାରିବ କିମ୍ବା ପ୍ରଥମରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ ତା’ହେଲେ ଭାରତ ଆଦୌ ଷ୍ଟେଜ ୩ ଭଳି ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବନାହିଁ। ଆସନ୍ତା ୨ ସପ୍ତାହରୁ ୪ ସପ୍ତାହ ମଧ୍ୟରେ ଭାରତ ସରକାର ବିଦେଶୀ ଫେରନ୍ତା ଉପରେ ନଜର ରଖିବା ସହ ସେମାନେ ଯେମିତି ଖସି ଯିବାକୁ ସକ୍ଷମ ନୁହନ୍ତି, ତା’ର ବ୍ୟବସ୍ଥା କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ

କାରଣ ଭାରତ ସରକାର ଏବେ ସୀମା ସିଲ କରିଦେଇଛନ୍ତି। ଆଉ କେହି ବି ବର୍ତ୍ତମାନ ବିଦେଶରୁ ଆସିବେ ନାହିଁ। ତେଣୁ କରୋନା ଭାଇରସ ଥିବା ବିଦେଶ ଫେରନ୍ତାଙ୍କ ଠାରୁ ଯେମିତି ଦେଶ ମଧ୍ୟରେ ନ ବ୍ୟାପେ ତା’ର ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ମେଡିକାଲ ପ୍ରିପାଏଡନେସ ଓ ବାୟୋଲୋଜିକାଲ ଡିଜାଷ୍ଟର୍ସ ଭାବେ କାର୍ଯ୍ୟ କରୁଥିବା ଡା. ସୌରଭ ଦଲାଲ କହିଛନ୍ତି, “ଆସନ୍ତା ଦୁଇ ସପ୍ତାହ ଗୁରୁତ୍ୱପୂର୍ଣ୍ଣ। ଯଦି ଦୁଇ ସପ୍ତାହ ଯାଏ ଆମେ ସାମାଜିକ କାର୍ଯ୍ୟକ୍ରମ ରୋକିପାରିବା ଓ ସାମାଜିକ ଦ୍ୱରତ୍ୱକୁ ମାନିପାରିବା ତା’ହେଲେ କରୋନା ଭାଇରସ ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ କମ ରହିଛି। ଏହି କାରଣରୁ ସରକାର କଟକଣା ଲଗାଇଛନ୍ତି ଓ ଲୋକଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ହେବାକୁ ବାରଣ କରିଛନ୍ତି। ଭାରତ ଯେପରି କରୋନାର ତୃତୀୟ ଷ୍ଟେଜରେ ନ ପହଞ୍ଚିବ, ତା’ର ବ୍ୟବସ୍ଥା କରିବାକୁ ପଡ଼ିବ। ନଚେତ୍ ବିଦେଶ ଭଳି ଭାରତରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ।

ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି, “ସୋଶାଲ ଆଇସୋଲେସନ ଦ୍ୱାରା ଆମେ କରୋନାର ପରବର୍ତ୍ତୀ ଷ୍ଟେଜକୁ ରୋକିପାରିବା। କମ୍ୟୁନିଟି ଟ୍ରାସମିସନ ବା ବ୍ୟକ୍ତିରୁ ଆଉ ଜଣେ ବ୍ୟକ୍ତିଙ୍କୁ ଭାଇରସ ଡେଇଁବା ପ୍ରକ୍ରିୟାକୁ ରୋକିବା ପାଇଁ ଆମ ପାଖରେ ୪ ସପ୍ତାହର ସମୟ ରହିଛି। କମ୍ୟୁନିଟି ଟ୍ରାସମିସନ ଅର୍ଥ ଜଣେ ବ୍ୟକ୍ତି କୌଣସି ଭାଇରସ ସଂକ୍ରମିତ ଦେଶକୁ ଯାଇ ନଥିବ କିମ୍ବା ସେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂଶ୍ପର୍ସରେ ଆସି ନଥିବ, ତଥାପି ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବ।

ଏମିତି ପରିସ୍ଥିତି ସେତେବେଳେ ଆସିବ ଯେବେ ଭାଇରସ ପୂରା ଦେଶରେ ଖେଳିଯିବ। କୌଣସି ସ୍ଥାନରେ ଯଦି କରୋନା ରୋଗୀ ପୂର୍ବରୁ ଥିବେ, ତା’ହେଲେ ସେହି ସ୍ଥାନକୁ ଛୁଇଁ ଅନ୍ୟ ଜଣେ ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ।”



[ad_2]
Source link

Show More
Back to top button