ରାଜ୍ୟ

‘କରୋନା’ ନେଇ ଗୁଜବ ପ୍ରଚାର କରି ବନ୍ଧାହେଲେ ଯୁବକ

ମୋହନା(ମିହିର ଜତି): ‘କରୋନା’କୁ ନେଇ ଗୁଜବ ପ୍ରଚାର ନକରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ଫେସ୍‌ବୁକରେ ‘କରୋନ’ ସଂକ୍ରମିତ ନେଇ ଗୁଜବ ପୋଷ୍ଟ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଗଜପତି ଜିଲ୍ଲାରେ ଘଟିଛି ଏପରି ଘଟଣା।

ମୋହନା ଥାନା ବେତାରସିଂ ଗାଁର ଜଣେ ଯୁବକ କେରଳରେ କାମ କରୁଥିଲେ। ସେ ଗତ ୧୮ ତାରିଖରେ ଘରକୁ ଫେରିଥିଲେ। ତାଙ୍କୁ ଥଣ୍ଡା ଜ୍ୱର ଓ କାଶ ହେଉଥିବାରୁ ‘କରୋନା’ ହୋଇଥିବା ଗାଁ ଲୋକେ ସନ୍ଦେହ କରିଥିଲେ। ପରେ ଏନେଇ ଗାଁ ଲୋକେ ମୋହନା ଥାନା ଓ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ

ଗାଁ ଲୋକଙ୍କ ଅଭିଯୋଗ କ୍ରମେ ପ୍ରଶାସନ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର ମେଡିକାଲ୍‌ରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା। ମାତ୍ର ତାଙ୍କ ଶରୀରରେ ‘କରୋନା’ ନେଇ କୌଣସି ଲକ୍ଷଣ ଥିବା ଦେଖିବାକୁ ମିଳିନଥିଲା। ପରେ ଯୁବକ ଜଣକ ଘରକୁ ଫେରି ଯାଇଥିଲେ। ତେବେ ସେହିଦିନ ରାତିରେ ମଲାସପଦର ଗାଁର ସୂର୍ଯ୍ୟ ପ୍ରଧାନ ନାମକ ଜଣେ ଯୁବକ ‘ଏସ.ସୂର୍ଯ୍ୟ’ ନାଁରେ ଏକ ଫେକ୍‌ ଫେସବୁକ ଆକାଉଣ୍ଟ ଖୋଲି ‘ବେତାରସିଂ ଗାଁରେ ପ୍ରଥମ କରୋନା ଭାଇରସ ସଂକ୍ରମିତ ଓ ଲୋକେ ଆତଙ୍କିତ’ ବୋଲି  ପୋଷ୍ଟ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ। ପରେ ଏନେଇ  ତହସିଲଦାର ଥାନରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସାଇବର ସେଲର ସହାୟତାରେ ଆଜି ମଲାସପଦର ଗାଁରୁ ସୂର୍ଯ୍ୟ ପ୍ରଧାନଙ୍କୁ ଗିରଫ କରିଛି।

ମୋହନାରେ ସେଭଳି କୌଣସି ‘କରୋନ’ ସଂକ୍ରମିତ ବ୍ୟକ୍ତି ନଥିବା ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ସ୍ପଷ୍ଟ କରିଛନ୍ତି।

[ad_2]
Show More
Back to top button