କରୋନା: ଦିଲ୍ଲୀବାସୀଙ୍କ ପାଇଁ କେଜ୍ରିଙ୍କ ଢାଲ, ‘ଅପରେସନ୍‌ ସିଲ୍ଡ’

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର କରୋନା ଲଢ଼େଇ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ସେ କରୋନା ମହାମାରୀର ମୁକାବିଲା ପାଇଁ ‘ଅପରେସନ୍‌ ସିଲ୍ଡ’ ଘୋଷଣା କରିଛନ୍ତି।

‘ସିଲ୍ଡ’ର ସମ୍ପୂର୍ଣ୍ଣ ନାମ ଭାବେ କେଜ୍ରିୱାଲ ୭ଟି ଶବ୍ଦରେ ତଥା ୭ଟି ବାକ୍ୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, SHIELDର ଅର୍ଥ “ସିଲିଂ, ହୋମ୍‌ କ୍ୱାରେଣ୍ଟାଇନ୍‌, ଆଇସୋଲେସନ୍‌ ଆଣ୍ଡ ଟ୍ରାକିଂ, ଏସେନ୍‌ସିଆଲ ସପ୍ଲାଇ, ଲୋକାଲ ସାନିଟାଇଜେସନ୍‌ ଏବଂ ଡୋର ଟୁ ଡୋର ଚେକିଂ।” ଦିଲ୍ଲୀର କ୍ୟାପିଟାଲ ରିଜିଅନ୍‌ ଏବଂ ଅନ୍ୟ ଅଞ୍ଚଳରେ କରୋନାର ପ୍ରଭାବ ବହୁତ ରହିଥିବାରୁ ଏହି ଅପରେସନ୍‌ ଜରି ହେବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ୨୧ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ଚିହ୍ନଟ କରାଯାଇଛି। ଏସବୁ ଅଞ୍ଚଳ ସିଲ୍‌ କରାଯାଇଛି। ଲୋକେ ଏହି ଅଞ୍ଚଳକୁ ଆସିବେନି କିମ୍ବା ଏହି ଅଞ୍ଚଳରୁ ବାହରିବେନି ବୋଲି ନିଷ୍ପତ୍ତି ହୋଇଛି। ଏହି ଅଞ୍ଚଳ ସବୁରେ ଲୋକେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବେ। ସେମାନଙ୍କୁ ଘରୁ ବାହାରିବାକୁ ଦିଆଯିବନି। କରୋନା ଆକ୍ରାନ୍ତଙ୍କୁ ଆଇସୋଲେଟ୍‌ କରାଯିବା ସହ ସେମାନଙ୍କ ଆକ୍ରାନ୍ତରେ ଆସିଥିବା ଲୋକଙ୍କୁ ଠାବ କରାଯିବ।

ଲକ୍‌ଡାଉନ୍‌ ଅଧୀନରେ ଥିବା ସମ୍ପୂର୍ଣ୍ଣ ଅଞ୍ଚଳରେ ଜରୁରୀକାଳୀନ ସାମଗ୍ରୀ ପହଞ୍ଚାଯିବ। ସରକାର ସ୍ଥାନୀୟ ଅଞ୍ଚଳରେ ସାନିଟାଇଜାସନ୍‌ ମଧ୍ୟ କରାଇବେ। ଏତଦ୍‌ବ୍ୟତୀତ ସ୍ୱାସ୍ଥ୍ୟକର୍ମୀ ଦୂଆର ଦୂଆର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ ଏବଂ କୋଭିଡ୍-୧୯ ଲକ୍ଷଣ ତନଖି କରିବେ।

[ad_2]
Exit mobile version