ଦେଶ

ଫିଲ୍ମ ଉତ୍ସବ ପାଇଁ ୭୦୦ କୋଟି ରଖିଥିଲେ କମଲ ନାଥ, କରୋନା ମୁକାବିଲାରେ ଖର୍ଚ୍ଚ କରିବେ ଶିବରାଜ

ଭୋପାଲ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲ ଏବଂ ପ୍ରମୁଖ ସହର ଇନ୍ଦୋରରେ ଆୟୋଜିତ ହେବାକୁ ଥିବା ଆଇଫା ଫିଲ୍ମ ଉତ୍ସବର ଟଭ୍କା କରୋନା ମୁକାବିଲାରେ ଖର୍ଚ୍ଚ ହେବ। ଏହି ବାବଦକୁ କମଲ ନାଥଙ୍କ ଅମଳର କଂଗ୍ରେସ ସରକାର ରଖିଥିବା ୭୦୦ କୋଟି ଟଙ୍କା ଏବେ କରୋନା ଯୁଦ୍ଧରେ ଖର୍ଚ୍ଚ କରିବାକୁ ବିଜେପିର ଶିବରାଜ ସିଂହ ଚୌହାନ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ଏହି ଟଙ୍କା ବହୁତ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାରେ କାମରେ ଆସିପାରିବ।

କୋଭିଡ୍‌୧୯ସମ୍ପର୍କିତ ଏକ ସମୀକ୍ଷା କରି ଶିବରାଜ କହିଥିଲେ, “ରାଜ୍ୟରେ ଆଇଫାର ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହେବାର ଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏହି ମେଗା ଉତ୍ସବର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଯିବ।”

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସରେ ଏହି ଫିଲ୍ମ ଉତ୍ସବ ଆୟୋଜିତ ହେବାର ଥିଲା। କିନ୍ତୁ ଏହାପରେ ପରେ କରୋନା ବ୍ୟାପିବା ସହ କମଲ ନାଥଙ୍କ ସରକାର ମଧ୍ୟ ସରକାରରୁ ହଟିସାରିଛି। ଏହା ପୂର୍ବରୁ କମଲ ନାଥ କହିଥିଲେ, ଏହି କାର୍ଯ୍ୟକ୍ରମ ସାରା ବିଶ୍ୱରେ ମଧ୍ୟପ୍ରଦେଶକୁ ପରିଚିତ କରାଇବ। ୭୦୦ କୋଟି ଖର୍ଚ୍ଚରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ୯୦ଟି ଦେଶରେ ହେବ ବୋଲି କମଲ ନାଥ କହିଥିଲେ।

ଏହି ଟଙ୍କା ଫିଲ୍ମ ଉତ୍ସବରେ ଖର୍ଚ୍ଚ ହେବାକୁ ନେଇ ଶିବରାଜ ସମାଲୋଚନା କରିଥିଲେ। ସେ କହିଥିଲେ ଏହା ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଏବଂ କୃଷି ଋଣ ଛାଡ଼ କରିବା ପାଇଁ ଖର୍ଚ୍ଚ କରାଯାଇ ପାରିଥା’ନ୍ତା। ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାରେ ଆସିବା ପୂର୍ବରୁ କୃଷି ଋଣ ଛାଡ଼ କରିବ ବୋଲି ଘୋଷଣା କରିଥିଲା। କିନ୍ତୁ ଅର୍ଥ ନାହିଁ ଦର୍ଶାଇ ଏହା ସମ୍ପୂର୍ଣ୍ଣ ଲାଗୁ କରିପାରିନଥିଲା। ଯାହାକୁ ସମାଲୋଚନା କରି କଂଗ୍ରେସର ପୂର୍ବତନ ଛାମୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିଥିଲେ। ସେ ପରେ ବିଜେପିରେ ଯୋଗଦେଇ ରାଜ୍ୟ ରାଜନୀତିର ସମୀକରଣ ବଦଳାଇ ଦେଇଛନ୍ତି।

[ad_2]
Show More
Back to top button