ଦେଶ

କରୋନା: ଟ୍ରମ୍ପଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ଶନିବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କରୋନା ବା କୋଭିଡ୍‌-୧୯ ସଙ୍କଟ ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଫୋନ୍‌ ଯୋଗେ କଥା ହେଇଥିବା ନିଜେ ମୋଦି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଦୁହିଁଙ୍କ ମଧ୍ୟରେ ଏକ ‘ଭଲ ଆଲୋଚନା’ ହୋଇଥିବା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି କହିଛନ୍ତି। ଏହି ଅବସରରେ ଭାରତ ଏବଂ ଆମେରିକାର ସହଭାଗୀତା ବିଷୟରେ ମଧ୍ୟ ମୋଦି ଉଲ୍ଲେଖ କରିଛନ୍ତି। ଏହି ସହଭାଗୀତାକୁ ଭିତ୍ତି କରି କରୋନା ବିରୋଧରେ ଦୁଇ ରାଷ୍ଟ୍ର ଲଢ଼ିବେ ବୋଲି ମୋଦି କହିଛନ୍ତି।

ମୋଦି ଆଜି ଟ୍ୱିଟ୍ କରି କହିଛନ୍ତି, “ଟେଲିଫୋନ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିସ୍ତୃତ ଆଲୋଚନା କଲି। ଆମେ କଥା ହେବା ଅବସରରେ ଦୁଇ ରାଷ୍ଟ୍ରର ସହଭାଗୀତାକୁ ନିୟୋଜିତ କରି କରୋନା ବିରୋଧରେ ଲଢ଼ିବାକୁ ରାଜି ହେଲୁ।”



[ad_2]

Show More
Back to top button