ଦେଶ

କରୋନା ଚିକିତ୍ସା ପାଇଁ ଔଷଧ ବାହାର କଲା ଏହି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ପ୍ରାନ୍ତରେ କରୋନା ଔଷଧ କିମ୍ବା ଟିକା ବାହାର କରିବା ପାଇଁ ପ୍ରୟାସ ଚାଲିଛି। ଏସବୁ ଭିତରେ ଭାରତ ସମଗ୍ର ବିଶ୍ୱକୁ ଆଶ୍ୱସ୍ତ କରବା ଭଳି ଖବର ଦେଇଛି।

କରୋନାର ଚିକିତ୍ସା ପାଇଁ ଭାରତୀୟ କମ୍ପାନୀ ଗ୍ଲେନମାର୍କ Pharmaceuticals ଔଷଧ ବାହାର କରିଛି। ଆଣ୍ଟି ଭାଇରାଲ ଡ୍ରଗ ଫାଭିପିରଭିରକୁ ଫାବିଫ୍ଲୁ ବ୍ରାଣ୍ଡ ନାଁରେ କମ୍ପାନୀ ତରଫରୁ ବଜାରକୁ ଛଡ଼ା ଯାଇଛି। କେବଳ ଲକ୍ଷଣହୀନ କିମ୍ବା ଖୁବ କମ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଏହି ଔଷଧ ଦେଇ ଚିକିତ୍ସା କରାଯାଇ ପାରିବ।

ଆହୁରି ପଢ଼ନ୍ତୁ

ଶୁକ୍ରବାର ଦିନ ମୁମ୍ବାଇ ସ୍ଥିତ ଏହି କମ୍ପାନୀକୁ ଫାଭିପିରଭିରର ଉତ୍ପାଦନ ଓ ମାର୍କେଟିଂ କରିବାକୁ ଡିସିଜିଆଇ ଅନୁମତି ଦେଇଥିଲା। ଗ୍ଲେନମାର୍କ Pharmaceuticalsର ଅଧ୍ୟକ୍ଷ କହିଛନ୍ତି, ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି।

ପୂର୍ବରୁ କେବେ ହେଲେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଫଳରେ ସ୍ୱାସ୍ଥ୍ୟ ସେବା ଉପରେ ସାଂଘାତିକ ଚାପ ସୃଷ୍ଟି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ହଜାର ଲୋକଙ୍କୁ ଏହି ଔଷଧ ଦିଆଯିବ। ତା’ର ସୁରକ୍ଷା ଓ ଅନ୍ୟାନ୍ୟ ଦିଗକୁ ବିଚାର କରି ଏହାର ବହୁଳ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

[ad_2]
Show More
Back to top button