ନୂଆଦିଲ୍ଲୀ: ବାଲକୋନୀରୁ ଶୁଭିଲା ତାଳି, ଥାଳି ଏବଂ ଘଣ୍ଟିର ଶବ୍ଦ। କାହା କାହା ହାତରେ ଥିଲା ଥାଙ୍କ ୟୁ ଏବଂ ଧନ୍ୟବାଦ ଲେଖାଥିବା କିଛି କାଗଜ। ଏଭଳି ଭାବେ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ। ଏଥିପାଇଁ ଅଧିକାଂଶ ତାଳି ବଜାଉଥିବାବେଳେ ଥାଳି ଓ ଚାମଚର ଯୁଗଳବନ୍ଦୀ ମଧ୍ୟ ଦାଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, କରୋନା ବ୍ୟାପିବାରେ ଲାଗିଥିବାବେଳେ ହଜାର ହଜାର ଲୋକ ବିଭିନ୍ନ ଜରୁରୀକାଳୀନ ସେବା କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏପରି ଭାବେ କୃତଜ୍ଞତା ଜଣାଇବାକୁ ପୂର୍ବରୁ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ଆହ୍ୱାନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ‘ଜନତା କର୍ଫ୍ୟୁ’ ଅବସରରେ ଜରୁରୀକାଳୀନ ସେବାକୁ ଛାଡ଼ି କେହି ମଧ୍ୟ ନ ବାହାରିବାକୁ ମୋଦି ଆହ୍ୱାନ କରିଥିଲେ। ଏହି କର୍ଫ୍ୟୁ ସମୟରେ କାର୍ଯ୍ୟରତ ବିଭିନ୍ନ ସେବା ପ୍ରଦାନକାରୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ମଧ୍ୟ ମୋଦି କହିଥିଲେ। ସୂଚନାଯୋଗ୍ୟ, ଏହି କର୍ଫ୍ୟୁ ଅବସରରେ ଔଷଧ ଦୋକାନ, କ୍ଷୀର ଦୋକାନ ଏବଂ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲା ରହିଥିଲା। ଡାକ୍ତର, ନର୍ସ, ପାରାମେଡିକ୍, ମ୍ୟୁନିସିପାଲ ଷ୍ଟାଫ୍ ଏବଂ ବିମାନବନ୍ଦର କର୍ମଚାରୀ ଏହି ସମୟରେ ନିଜ କାମରେ ଥିବେ। ସେହିଭଳି ରେଲୱେ, ପୁଲିସ୍, ବସ୍, ଅଟୋରିକ୍ସା, ହୋମ୍ ଡେଲିଭରୀ ଏବଂ ଗଣମାଧ୍ୟମ ମଧ୍ୟ ନିଜ ନିଜ ଦାୟିତ୍ୱରେ ଥିଲେ।
1/2
Been participating in #JantaCurfew since 7 AM, came out to the balcony at 5 PM to cheer all our fellow citizens who are on the frontlines of this war, especially medical personnel & others connected to essential services 🙏🙏 pic.twitter.com/AJQGu5pmCP— Baijayant Jay Panda (@PandaJay) March 22, 2020
ଆହୁରି ପଢ଼ନ୍ତୁ
कोराना प्रादुर्भावाच्या सावटात अत्यावश्यक सेवा देणाऱ्यांचे मनपूर्वक आभार!#PrayersForCoronaFreeWorld#JantaCurfew#IndiaFightsCorona pic.twitter.com/iKqXhAfj8L
— Sharad Pawar (@PawarSpeaks) March 22, 2020
आप सब जो हमारे लिए निरंतर कार्यरत हो उन सबको कोटि कोटि धन्यवाद🙏#JantaCurfew pic.twitter.com/Vf7UFcztb4
— Sambit Patra (@sambitswaraj) March 22, 2020
[ad_2]