କରୋନା ଗୁଜବ ପ୍ରଚାର କରି ୬ ଜଣ ବନ୍ଧା ହେଲେ

ରାଉରକେଲା (ପବନ ତିୱାରୀ): କରୋନାକୁ ନେଇ ସୋଶାଲ୍ ମିଡିଆରେ ଅପପ୍ରଚାର କରୁଥିବା ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରାଉରକେଲା ଏସପି କେ.ଶିବା ସୁବ୍ରମଣି ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି ଯେ, ଜିଲ୍ଲାରେ କରୋନାକୁ ନେଇ ସୋଶାଲ୍ ମିଡିଆରେ ଅପପ୍ରଚାର କରିବା ଅଭିଯୋଗରେ ପାଇଁ ପାଞ୍ଚଟି ମାମଲା ରୁଜୁ ହୋଇଥିଲା। ସେହି ପାଞ୍ଚଟି ମାମଲାରେ ଛଅ ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ କରୋନାକୁ ଅପପ୍ରଚାର କରୁଛନ୍ତି, ସେମାନଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଯେଉଁମାନେ ଆଗକୁ କରୋନା ନେଇ ଅପପ୍ରଚାର କରିବେ ସେମାନଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

[ad_2]
Exit mobile version