କରୋନା ଏକ ଚ୍ୟାଲେଞ୍ଜ ଏବଂ ଏକ ସୁଯୋଗ ମଧ୍ୟ: ରାହୁଲ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମହାମାରୀ ଭାରତ ପାଇଁ ଏକ ଚ୍ୟାଲେଞ୍ଜ ହେବା ସହ ଏକ ସୁଯୋଗ ମଧ୍ୟ ଆଣିଛି ବୋଲି ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି କହିଛନ୍ତି। ସୂଚନାଯୋଗ୍ୟ ଯେ, ଦେଶରେ ୧୪ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ରହିଛନ୍ତି ଏବଂ ଏଥିରେ ୪୮୦ ଜୀବନ ଗଲାଣି।

ଆଜି ସକାଳେ ଏକ ଟୁଇଟ୍ କରି କହିଥିଲେ ସେ ଦେଶର ବିପୁଳ ପରିମାଣରୁ ବିଶେଷଜ୍ଞଙ୍କୁ ବ୍ୟବହାର କରି “ଅଭିନବ ସମାଧାନ” କରାଯାଇପାରିବ। ସେ କହିଛନ୍ତି ଯେ ସଙ୍କଟ ସମୟରେ ଆବଶ୍ୟକ ଅଭିନବ ସମାଧାନ ଉପରେ କାର୍ଯ୍ୟ କରିବା ପାଇଁ ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଡାଟା ବିଶେଷଜ୍ଞଙ୍କୁ ଏକାଠି କରି ଅଭିନବ ସମାଧାନ କଥା ଚିନ୍ତା କରିବାକୁ ହେବ।

ଆହୁରି ପଢ଼ନ୍ତୁ

ଏହା ପୂର୍ବରୁ ସେ କହିଥିଲେ, ଦେଶବ୍ୟାପୀ ଲକ୍‌ଡାଉନ୍‌ ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପରେ ବିରତି ଆଣିବ, କିନ୍ତୁ ଏହାକୁ ପରାସ୍ତ କରିବ ନାହିଁ। ଲକ୍‌ଡାଉନ୍‌ ଜୀବାଣୁକୁ ପରାସ୍ତ କରେ ନାହିଁ, ଏହା କେବଳ ଅଳ୍ପ ସମୟ ପାଇଁ ଜୀବାଣୁ ବନ୍ଦ କରିବାରେ ସାହାଯ୍ୟ କରିଥାଏ। ପରୀକ୍ଷାର ମାତ୍ରା ବଢ଼ାଇବା ଏହାର ଏକ ମାତ୍ର ସମାଧାନ ବୋଲି ରାହୁଲ ଏକ ଭିଡିଓ ଆପ୍ ମାଧ୍ୟମରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି।

ତେବେ ଭାରତର ଶୀର୍ଷ ମେଡିକାଲ ସଂସ୍ଥାଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ଭାରତରେ କରୋନାଭାଇରସ ପରୀକ୍ଷା ହାର କମ୍ ବୋଲି ଦାବିକୁ ପ୍ରତ୍ୟାଖ୍ୟାନ କରିଛି।

[ad_2]
Exit mobile version