କରୋନା ଉପରେ ଗବେଷଣା କରୁଥିବା ପ୍ରଫେସରଙ୍କୁ ଗୁଳି କରିଦେଲେ

ୱାଶିଂଟନ: ମହାମାରୀ କରୋନା ଉପରେ ଗବେଷଣା କରି ଭ୍ୟାକସିନ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଥିବା ପିଟସବର୍ଗ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପ୍ରଫେସର ଜଣଙ୍କ କୋଭିଡ-୧୯ ଉପରେ ଗବେଷଣା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରି ସାରିଥିଲେ।

ହେଲେ ଶେଷ ମୁହୂର୍ତ୍ତରେ ସେ ହତ୍ୟାର ଶିକାର ହୋଇଛନ୍ତି। ଏହି ପ୍ରଫେସର ଜଣଙ୍କ ନାଁ ବିଙ୍ଗ ଲିଉ। ଶନିବାର ଲିଉଙ୍କ ଗୁଳିବିଦ୍ଧ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡ, ବେକ ଓ ଶରୀରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ର ଦାଗ ରହିଛି।

ଆହୁରି ପଢ଼ନ୍ତୁ

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଫେସରଙ୍କୁ ଗୁଳି କରିଥିବା ବ୍ୟକ୍ତି ଜଣଙ୍କ ବି ଆତ୍ମହତ୍ୟା କରିଛନ୍ତି। ସେ ଲିଉଙ୍କୁ ଗୁଳି କରିବା ପରେ ନିଜ କାର ପାଖକୁ ଆସିଥିଲେ ଓ ଏହାପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।

କାର ମଧ୍ୟରୁ ପୁଲିସ୍‌ ତାଙ୍କ ମୃତଦେହ ଉଦ୍ଧାର କରିଛି। ଲିଉ ଓ କାର ମଧ୍ୟରୁ ଉଦ୍ଧାର ହୋଇଥିବା ବ୍ୟକ୍ତି ପରସ୍ପରକୁ ଜାଣିଥିଲେ। ତେବେ ଲିଉ ଚାଇନିଜ ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି କି ବୋଲି ପ୍ରଶ୍ନର ଉତ୍ତର ପୁଲିସ୍‌ ଦେଇନାହିଁ।

[ad_2]
Exit mobile version