କରୋନା: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା ପ୍ରିମିୟର ଲିଗ

ଲଣ୍ଡନ: କରୋନା ଭାଇରସ ପାଇଁ ପ୍ରସିଦ୍ଧ ଫୁଟବଲ ପ୍ରିମିୟର ଲିଗ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ହୋଇଛି। ପ୍ରିମିୟର ଲିଗ କେବେ ହେବ, ତା’କୁ ନେଇ ଏଥିରେ ଅଂଶ ଗ୍ରହଣ କରିବାକୁ ଥିବା ୨୦ଟି ଯାକ ଟିମ୍‌ର ବୈଠବ ବସିଥିଲା। ବର୍ତ୍ତମାନ କରୋନା ଯୋଗୁ ସାରା ବିଶ୍ୱରେ ହାହାକାର ସ୍ଥିତି ସୃଷ୍ଟି ହୋଇଥିବାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ନ କରିବାକୁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ

ଏହି ଇଂଲିଶ ଫୁଟବଲ ଲିଗ କରୋନା ବିଶ୍ୱ ମହାମାରୀ ରୂପ ନେବା ପୂର୍ବରୁ ଆରମ୍ଭ ହୋଇଥିଲା। ଦିନକୁ ଦିନ ଏହା ବ୍ୟାପିବାରୁ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଏପ୍ରିଲ ୩୦ ପରେ ଅର୍ଥାତ ମେ’ ମାସ ପ୍ରଥମ ସପ୍ତାହରୁ ପୁଣି ଆରମ୍ଭ ହେବାର ଥିଲା।

କିନ୍ତୁ ବର୍ତ୍ତମାନ ପରିବେଶ ସୁରକ୍ଷିତ ନ ହେବା ଯାଏ ଏହାକୁ ବନ୍ଦ ରଖାଯିବ। ସମସ୍ତ ୨୦ଟି ଯାକ କ୍ଲବ ମିଳିତ ଭାବେ ସରକାର ଓ ମେଡିକାଲ ପକ୍ଷରୁ ଜାରି କରୋନା ସମ୍ପର୍କିତ ଗାଇଡଲାଇନକୁ ପାଳନ କରିବବେ। ଅଧିକାଂଶ ଟିମ୍‌ ଆହୁରି ୯ରୁ ୧୦ଟି ମ୍ୟାଚ୍‌ ଖେଳିବାର ଥିଲା। ହେଲେ କରୋନା ସବୁ କିଛି ବିଗାଡ଼ି ଦେଇଛି।

[ad_2]
Exit mobile version