ଦେଶ

କରୋନାର ବଡ଼ ବିପର୍ଯ୍ୟୟ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଆଗକୁ ଆହୁରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେବା ପରେ ଦେଶରେ ଚିନ୍ତା ବଢ଼ି ଯାଇଛି। ତେବେ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ ଏବଂ ସରକାର ବଡ଼ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ।

ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ବେଳେ ସେ କହିଛନ୍ତି, ଆମେରିକା ଓ ବ୍ରିଟେନ ଭଳି ବିକଶିତ ଦେଶ ଯେଉଁଭଳି ଭାବେ କରୋନା ଯୋଗୁ ପ୍ରଭାବିତ ହୋଇଛନ୍ତି, ଆମର ଆଶା ଭାରତରେ ସେମିତି ସ୍ଥିତି ସୃଷ୍ଟି ହେବନାହିଁ। ତଥାପି ଆଗକୁ ଯଦି ବି କରୋନାର ବଡ଼ ବିପର୍ଯ୍ୟୟ ଆସିବ, ତା’ହେଲେ ଏହାକୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ।

ଆହୁରି ପଢ଼ନ୍ତୁ

ଭାରତର କୋଭିଡ-୧୯ ବିରୋଧୀ ଯୁଦ୍ଧ ଅଧିକ ସଶକ୍ତ ହୋଇପାରିଛି। ଆମର ମୃତ୍ୟୁହାର ପ୍ରାୟ ୩.୩% ରହିଛି। ସେହିପରି ଆରୋଗ୍ୟ ହାର ୨୯.୯%କୁ ବୃଦ୍ଧି ପାଇଛି। ଏହା ନିଶ୍ଚିତ ଏକ ଭଲ ସଙ୍କେତ। ଗତ ୩ ଦିନ ହେଲା କରୋନାର ଦୁଇଗୁଣ ହାର ୧୧ ଦିନ ଥିବା ବେଳେ ୭ ଦିନ ହେଲା ଏହା ୯.୯ ଦିନ ରହିଛି।

ଦେଶର ୮୪୩ ହସ୍ପିଟାଲ କେବଳ କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ୧,୬୫,୯୯୧ ବେଡ ରହିଛି। ସମଗ୍ର ଭାରତରେ ୧,୯୯୧ ହେଲଥ ସେଣ୍ଟର ରହିଛି। ଏଠାରେ ମୋଟ ୧,୩୫,୬୪୩ ବେଡ କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି। ଏହି ବେଡ ଗୁଡ଼ିକରେ ଆଇସୋଲେସନ ଓ ଆଇସିୟୁ ବ୍ୟବସ୍ଥା ରହିଛି। ତେଣୁ କେହି ବି ବ୍ୟସ୍ତ ହେବାର କିଛି ବି କାରଣ ନାହିଁ ବୋଲି ସେ କହିଛନ୍ତି।

[ad_2]
Show More
Back to top button