ଅପରାଧନ୍ୟୁଜ୍ରାଜ୍ୟ

ବାହାଘରର ପ୍ରତିଶ୍ରୁତି ଦେଇ ନଆସିବାରୁ ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା ଦେଲେ ପ୍ରେମିକା

ସତ୍ୟଶିଖା(ଭୁବନେଶ୍ୱର)୧୮.୦୬. ୨୦୨୨ :   ପୁଣିଥରେ ବିବାହ ବିବାଦରେ ଫସିଯାଇଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ। ବିଜୟ ଶଙ୍କର ଦାସଙ୍କ ନାଁରେ ହୋଇଛି ଏତଲା । ଅନ୍ୟ କେହି ନୁହେଁ, ବରଂ ତାଙ୍କ ପ୍ରେମିକା ସୋମାଲିକା ଏତଲା କରିଥିବା ଜଣାପଡିଛି । ବାହାଘରର ପ୍ରତିଶ୍ରୁତି ଦେଇ ନଆସିବାରୁ ଜଗତସିଂହପୁର ଥାନାରେ ସୋମାଲିକା ଏତଲା ଦାୟର କରିଛନ୍ତି । ସେ ବିଧାୟକଙ୍କ ନାଁରେ ଠକେଇ ଓ ପ୍ରତାରଣାର ଅଭିଯୋଗ କରିଛନ୍ତି । ବିଧାୟକଙ୍କ ସମ୍ପର୍କୀୟ ଧମକଚମକ ଦେଉଥିବା ମଧ୍ୟ ସୋମାଲିକା ଅଭିଯୋଗ କରିଛନ୍ତି ।

ତେବେ କାଲି ବିବାହ ପଞ୍ଜୀକରଣ ପାଇଁ ଆସି ଫେରିଥିଲେ ସୋମାଲିକା । ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ମଧ୍ୟ ଆସିନଥିବା ଅଭିଯୋଗ କରିଥିଲେ । ୪ ଘଣ୍ଟାଧରି ଅପେକ୍ଷା କରିବା ପରେ ବିଧାୟକ ବିଜୟଶଙ୍କରଙ୍କ ବିରୋଧରେ ସେ ସଙ୍ଗିନ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସେ କାଲି ଆସିବାକୁ କିଛି କହିନଥିବା କହିଥିଲେ ବିଧାୟକ ବିଜୟ ଶଙ୍କର ।

ସୂଚନାଯୋଗ୍ୟ ଯେ, ମାସକ ତଳେ ବିଧାୟକ ବିଜୟଶଙ୍କର ଓ ସୋମାଲିକାଙ୍କ ପ୍ରେମ କାହାଣୀ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବିଜୟ ବିବାହ ପାଇଁ ରାଜି ହେଉ ନ ଥିବା ଦର୍ଶାଇ ସୋମାଲିକା ଗତମାସ ପ୍ରଥମ ସପ୍ତାହରେ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ। ବିଧାୟକଙ୍କ ବିରୋଧରେ ପ୍ରତାରଣା ନେଇ ଲିଖିତ ଅଭିଯୋଗ କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ। କିନ୍ତୁ ଉଭୟ ପରିବାର ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା। ଏହାପରେ ଗତମାସ ୧୭ ତାରିଖରେ ସେମାନେ ବିବାହ ପାଇଁ ସବ୍‌-ରେଜିଷ୍ଟ୍ରାର୍ ଅଫିସରେ ଆବେଦନ ମଧ୍ୟ କରିଥିଲେ। ନିୟମ ଅନୁଯାୟୀ ଆବେଦନର ୩୦ ଦିନ ପରେ ଓ ୯୦ ଦିନ ମଧ୍ୟରେ ବିବାହ ହୋଇପାରିବ।

Show More
Back to top button